ବରଗଡ଼ ଜିଲ୍ଲା ପଦ୍ମପୁର ରେ ଚାଷୀ ଅସନ୍ତୋଷ : ଆନ୍ଦୋଳନ ମୁହାଁ ବରଗଡ଼ ଜିଲ୍ଲା ଚାଷୀ , ଗର୍ଜନ ସମାବେଶ ପାଇଁ ପ୍ରସ୍ତୁତି...
ବରଗଡ଼,୦୭/୧୧ : ସ୍ୱାଧୀନତା ୭୫ ବର୍ଷ ମଧ୍ୟରେ ନାଁ ସବୁ ଜମି ଜଳସେଚନ ହୋଇ ପାରିଛି ନାଁ କୃଷିଜାତ ଦ୍ରବ୍ୟ ର ମୂଲ୍ୟ ମିଳିଛି, ନାଁ ବଜାର ବ୍ୟବସ୍ଥା ହୋଇ ପାରିଛି। ନିର୍ବାଚିତ ସରକାର ମାନେ କୁମ୍ଭକର୍ଣ୍ଣ ନିଦ ରେ ସୋଇଥିବା ବେଳେ ଚଳିତ ବର୍ଷ ରାଜ ବୋଡାସମ୍ବର କୃଷକ ସଂଗଠନ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିରାଟ କୃଷକ ଗର୍ଜନ ସମାବେଶ ପାଳନ କରିବାର ସ୍ଥିର କରିଥିବା ପ୍ରେସ ବିବୃତି ରେ ଜଣାଇଛନ୍ତି।
Ad..
ଚଳିତ ସମାବେଶ ରେ କିଛି ସ୍ଥାନୀୟ ପ୍ରସଙ୍ଗ ଥିବା ବେଳେ କିଛି ଜାତୀୟ ବା ନୀତି ଗତ ତ୍ରୁଟି କୁ ପ୍ରସଙ୍ଗ କରି ଏହି କାର୍ଯ୍ୟକ୍ରମ କରାଯାଇଛି। ଧାନ ବିକ୍ରି, ବିଦ୍ୟୁତ ବିଲ, ସ୍ମାର୍ଟ ମିଟର, ଜଳସେଚନ, ମରୁଡି ଆଦି ସମସ୍ୟା ର ସମାଧାନ ପାଇଁ ପଦ୍ମପୁର ଗୋରୁ ବଜାର ଠାରେ ଗର୍ଜିବେ ଦିଲ୍ଲୀ ରୁ ପାର୍ଲ୍ଲି ର ଚାଷୀମାନେ ସମର୍ଥନ ଦେବା ପାଇଁ ଆସୁଛନ୍ତି ସଂଯୁକ୍ତ କିସାନ ମୋର୍ଚ୍ଚା ର ସଚିବ ମଣ୍ଡଳୀ...
Ad..
ସଦସ୍ୟ ପି କ୍ରିଷ୍ଣ ପ୍ରସାଦ, ଅଫ୍ଲାତୁନ ଦେଶାଇ, ରାଜେନ୍ଦ୍ର ଚୌଧୁରୀ, ସୁନୀଲ କୁମାର ରାଜ୍ୟ କିସାନ ମୋର୍ଚ୍ଚା ରୁ ରଘୁନାଥ ଦାସ, ସୁରେନ୍ଦ୍ର ହୋତା, କଳାହାଣ୍ଡି ରୁ ଲିଙ୍ଗରାଜ ଆଜାଦ, ସୋନପୁର ସୋନାଲି ବିଶି ସହିତ ସଂଯୁକ୍ତ କୃଷକ ସଂଗଠନ ର ସମସ୍ତ ବ୍ଲକ ସଙ୍ଗଠନ ସଦସ୍ୟ ଏଣୁ ଅଞ୍ଚଳ ବାସୀ ଚାଷୀ ମାନେ ଉପସ୍ଥିତ ରହି ଆପଣଙ୍କ ସମସ୍ୟା ପ୍ରସଙ୍ଗରେ ଅବଗତ କରାଇବେ ବୋଲି ସଂଗଠନ ନିବେଦନ କରିଛନ୍ତି।
Report : Bijay ku sahu
Edited by k.s thakur...



