ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ରେ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ...
ପଦ୍ମପୁର,୦୨/୧୧ : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏବିଇଓ ରାମସିଂ ଭୋଇ, ସମ୍ମାନୀତ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ର ଚେୟାରମ୍ୟାନ ଚନ୍ଦ୍ରଭାନୁ ପଧାନ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁଶାନ୍ତ ସାହୁ ଏବଂ ବୈକୁଣ୍ଠ ମେହେର ଯୋଗଦାନ କରିଥିଲେ।
Ad..
ପ୍ରଧାନ ଶିକ୍ଷକ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏବିଇଓ ରାମ ସିଂ ଭୋଇ ଛାତ୍ରମାନଙ୍କୁ ସରକାର ଙ୍କ ଏହି ଅଭିନବ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ ଷଷ୍ଠ,ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର ମାନଙ୍କୁ ମାଗଣା ପୋଷାକ ଅତିଥି ମାନଙ୍କ ଦ୍ବାରା ବିତରଣ କରାଯାଇଥିଲା।
Ad..
ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରଭାସିନୀ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ତୃପ୍ତିମୟୀ ଝଗରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଯଥାକ୍ରମେ ରୁଦ୍ରାଙ୍ଗଦ ବାରିକ,ପ୍ରୀତିରଶ୍ମୀ ସେଠ୍,ସଂଗ୍ରାମ କେଶରୀ ଦୀପ,ଅମ୍ବିକା ରଥ,ମୋହନ ବନଛୋର,ଅମୃତା ବାରିକ୍, ଚନ୍ଦନ ନାୟକ,ହରେକୃଷ୍ଣ ମେହେର,ସୁଶିଲ କୁମାର ମେହେର,ଚନ୍ଦ୍ରଶେଖର ଭୋସାଗର,ସୁନୀତା ଖମାରୀ,ବୃନ୍ଦାବନ ଦାଶ,ଦୀପକ କୁମାର ତିଓ୍ୱାରୀ, ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କୃଷ୍ଣଚନ୍ଦ୍ର ପଧାନ,ନିରୁପମା ଭୋଇ,ନନ୍ଦିନୀ ବାଗ୍ ପ୍ରମୁଖ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...




