କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜଣଙ୍କ ଜୀବନ...
ସୁନ୍ଦରଗଡ଼,୦୨/୧୧ : ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ମର୍ମନ୍ତୁଦ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଥିବାର ଖବର ମିଳିଛି। ହେମଗିରି ଥାନା ଗଏକନପାଲି ନିକଟରେ ଏକ ଟ୍ରଲରକୁ ପଛପଟୁ ମାରୁତି ଭ୍ୟାନ୍ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ।
Ad..
ସୂଚନା ଅନୁସାରେ ରାତି ପ୍ରାୟ ୨ ଟା ରୁ ୨:୩୦ ମଧ୍ୟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛ ପଟରୁ ଏକ ମାରୁତି ଭ୍ୟାନ୍ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ ରେ ଥିଲା ଯେ ଘଟଣାସ୍ଥଳରେ ଚାଳକ ସହିତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ।
Ad..
ଆହତମାନଙ୍କୁ ଉଦ୍ଧାର କରି ହେମଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ଚକାବାହାଲକୁ ହେମଗିରି ଥାନା କଣ୍ଡାଧୁଡ଼ା, ସମରପିଣ୍ଡା ଅଞ୍ଚଳରୁ ୧୦ ଜଣ କୀର୍ତ୍ତନ ମଣ୍ଡଳୀ ଏକ ଶ୍ରାଦ୍ଧ ଘରକୁ କୀର୍ତ୍ତନ କରିବା ପାଇଁ ଯାଇଥିଲେ।
Ad..
ପରେ ବାପାର ଶ୍ରାଦ୍ଧ ଥିଲା କୀର୍ତ୍ତନ ସରିଲା ପରେ ସମସ୍ତ କୀର୍ତ୍ତନ ମଣ୍ଡଳୀଙ୍କୁ ନିଜ ମାରୁତି ଭ୍ୟାନ୍ ପୁଅ ନିଜେ ଚଳାଇ ଘରକୁ ଆଣି ଛାଡୁଥିବା ଅବସ୍ଥାରେ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି।
Edited by k.s thakur...




