ବଗେଇବିରା ଦ୍ବି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ...
(ଉଦ୍ଘାଟନୀ ମ୍ୟାଚ୍ ରେ କଦଳୀପାଲି ୨-୦ ରେ ବିଜୟୀ)
ବରଗଡ଼,୦୨/୧୧ : ବରଗଡ଼ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ଖେଳ ପଡିଆ ଠାରେ ସ୍ଥାନୀୟ ଏଥେଲେଟିକ ଏସୋସିଏସନ୍ ଆନୁକୁଲ୍ୟରେ ଅନୁଷ୍ଟିତ ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍ଘାଟିତ ହୋଇ ଯାଇଛି ।
Ad..
ଗୋବିନ୍ଦପୁର ସରପଞ୍ଚ ତଥା ବିଜେଡି ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତା ର ଶୁଭାରମ୍ଭ କରି ଏ ଅଞ୍ଚଳ ରେ ଫୁଟବଲ ଖେଳ କୁ ଲୋକ ପ୍ରିୟ କରାଇବାରେ ବଗେଇବିରା ଗ୍ରାମ ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ଉଲ୍ଲେଖ କରି ଗ୍ରାମାଞ୍ଚଳ ରେ ଏଭଳି ଫୁଟବଲ ପ୍ରତିଯୋଗିତା ର ଆୟୋଜନ କୁ ପ୍ରଶଂସା କରିଥିଲେ।
Ad..
ଏହି ଅବସର ରେ ଏହି ଗ୍ରାମ ର ପୂର୍ବତନ ଯୁବ ଫୁଟବଲ ଖେଳାଳି ସ୍ବର୍ଗତ ସରୋଜ ପ୍ରଧାନ,ସତ୍ୟବାନ ଷଣ୍ଢ,କନିଷ୍ଠ ଭୁଏ ଓ ଦ୍ରୋଣ ଭୁଏ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ । ଉଦ୍ଘାଟନୀ ମ୍ୟାଚ୍ ମୁଣ୍ଡାପଡ଼ା ଓ କଦଳୀ ପାଲି ଫୁଟବଲ ଦଳ ମଧ୍ୟରେ ଅନୁଷ୍ଟିତ ହୋଇ ଥିଲା।
Ad..
କଦଳୀପାଲି ମୁଣ୍ଡା ପଡ଼ା ଦଳକୁ ୨-୦ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲେ ।ମ୍ୟାଚ୍ ରେଫରି ଭାବେ ନିରଞ୍ଜନ ମହାକୁଡ,ଅନିଲ ବାଗ,ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ ।
ପ୍ରତିଯୋଗିତା ରେ ଆଠ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ବଗେଇବିରା ଗ୍ରାମବାସୀ ଓ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ପରିଚାଳିତ ଏହି ଦୁଇ ଦିବସୀୟ ଫୁଟବଲ ପ୍ରତିଯୋଗିତା ରବିବାର ଦିନ ଅପରାହ୍ନ ରେ ଉଦଯାପିତ ହୋଇ ବିଜେତା ଓ ଉପ ବିଜେତା ଦଳ କୁ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି।
Report : Bijay ku sahu
Edited by k.s thakur...




