ଖାଉଟି ଅଦାଲତ ରେ ଚକରକେନ୍ଦ୍ ଚାଷୀଙ୍କ ସପକ୍ଷରେ ନିର୍ଦେଶ...

ଖାଉଟି ଅଦାଲତ ରେ ଚକରକେନ୍ଦ୍ ଚାଷୀଙ୍କ ସପକ୍ଷରେ ନିର୍ଦେଶ... 


(ଚାଷୀଙ୍କ କ୍ଳେମ ରାଶି ସହ କ୍ଷତିପୂରଣ ଦେବାକୁ ଫସଲବୀମା କମ୍ପାନୀ ଏଚ୍ ଡିଏଫସି ଇରଗୋ କୁ ନିର୍ଦେଶ)

ବରଗଡ଼,୦୩/୧୧  : ଖରିଫ -୨୦୨୧ ରେ ହୋଇଥିବା କ୍ଷୟକ୍ଷତି ର ଫସଲବୀମା କ୍ଳେମ ପାଇବେ ବରଗଡ଼ ବ୍ଲକ ଚକରକେନ୍ଦ୍ ପଂଚାୟତର ୨୫ ଜଣ ଚାଷୀ। ଜିଲ୍ଲା ଖାଉଟି ଅଦାଲତର ନିର୍ଦେଶ ଅନୁସାରେ ସମ୍ପୃକ୍ତ କମ୍ପାନୀ ଏଚ୍ ଡିଏଫସି ଇରଗୋ କୁ ଚାଷୀ ମାନଙ୍କ ସମ୍ ଏସିଓଡ ଟଙ୍କା ସହ କ୍ଷତି ପୂରଣ ରାଶି ଗୋଟିଏ ମାସ ମଧ୍ୟରେ ପଇଠ କରିବାକୁ କୁହାଯାଇ ଥିବା  ସୂଚନା ଦେଇଛନ୍ତି ଆଇନଜୀବି ସୁରେନ୍ଦ୍ର ପଣ୍ଡା। 

     Ad..


ଯଦି ସମସ୍ତ ଟଙ୍କା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନମିଳେ ତାହାଲେ ବାର୍ଷିକ ୧୨% ସୁଧ ଅଧିକ ଦେବାକୁ ପଡିବ ବୋଲି ଅଦାଲତ ନିର୍ଦେଶ ଦେଇଥିବା ଶ୍ରୀ ପଣ୍ଡା ଓ ଚାଷୀ ମାନେ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି। 

           Ad..


୨୦୨୧ ଖରିଫ ରେ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପ୍ରିମିୟମ ପଇଠ କରି ବୀମା ଭୁକ୍ତ ହୋଇଥିଲେ ସେହି ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚକରକେନ୍ଦ୍ ପଂଚାୟତରେ ଧାନ ଚାଷ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଯାହାର ସର୍ଭେ ମିଳିତ ଭାବେ କମ୍ପାନୀ ଓ ସରକାର ଙ୍କ ତରଫରୁ କରାଯାଇଥିଲା କିନ୍ତୁ ଅନ୍ତିମ ସମୟରେ ଚକରକେନ୍ଦ୍ ପଂଚାୟତ ବାଦ ପଡ଼ି ଯାଇଥିଲା ଏହାକୁ ଚେଲେଞ୍ଜ କରି ଚାଷୀ ମାନେ ଖାଉଟି ଅଦାଲତ ରେ କେଶ୍ ଦାୟର କରିଥିଲେ।

Ad..


ଯାହାକି ଗତ ୨୯ ଅକ୍ଟୋବର ରେ ଚାଷୀଙ୍କ ସପକ୍ଷରେ ଅଦାଲତ ନିର୍ଦେଶ ଦେଇଛନ୍ତି । ଚକରକେନ୍ଦ୍ ପଂଚାୟତର ୫୪. ୪୩% କ୍ଷତି ହୋଇଥିବା ତଥ୍ୟ କୁ ଅଦାଲତ ସଂଜ୍ଞାନ ନେଲା ଏହି ମାମଲା ରେ ୨୫ ଜଣ ଚାଷୀଙ୍କ ମୋଟ ୫୧, ୮୯୭୬୬ ଟଙ୍କା ସମ୍ ଏସିଓଡ ହୋଇଥିଲା। 

ଶ୍ରୀ ପଣ୍ଡା ଙ୍କ କହିବା ଅନୁସାରେ ଯଦି କମ୍ପାନୀ ଅପିଲ କରେ ତାହେଲେ ମୋଟ ଅଙ୍କ ର ୫୦% ଟଙ୍କା ପ୍ରଥମେ ସରକାରୀ ତହବିଲ ରେ ଜମା କରିବାକୁ ପଡିବ ଓ ୧୨% ଲେଖା ସୁଧ ଦେବାକୁ ପଡିବ ଯାହାକି କ୍ଷତି ର ବ୍ୟାପାର ତେଣୁ ଏହାକୁ ଏଡାଇ ଦେଇ ଚାଷୀଙ୍କୁ ସିଧାସଳଖ ଦେଇ ଦେଲେ ଉତ୍ତମ ହେଵ। ଏହି ସାମ୍ବାଦିକ ସମ୍ମିଳନୀ ରେ ଚାଷୀ ମାନଙ୍କ ମଧ୍ୟରୁ ଘନଶ୍ୟାମ ସାହୁ, ମନୋରଞ୍ଜନ ଭୁଏ, ବିଭୁତି ଭୋଇ, ପ୍ରଦୀପ ଭୋଇ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post