ମହିଳା ଙ୍କ ଦ୍ଵାରା ଅଜଣା ଶବସତ୍କାର...

ମହିଳା ଙ୍କ ଦ୍ଵାରା ଅଜଣା ଶବସତ୍କାର...


ବରଗଡ଼,୦୩/୧୧ : ଆଜି ରବିବାର ଦିନ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସଂଘମିତ୍ରା ପଟେଲ ଏକ ଅଜଣା ଶବସତ୍କାର କରି ଆଉ ଏକ ପାହାଚ ଚଢି ଛନ୍ତି  । ନାରୀ ସ୍ଵତଃ ଚାହିଁଲେ କେବେ ମହାଭାରତ ସଂଗ୍ରାମ କରାଇପାରେ ତ କେବେ  ନାରୀ ସଶକ୍ତିକରଣ ପାଇଁ କ୍ରାନ୍ତି । 

Ad..


ଆଜି ସବୁବର୍ଗର ନାରୀମାନେ ସମାଜର ମୁଖ୍ୟସ୍ରୋତରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ପ୍ରଧାନ ଏ ସମାଜ ଅନେକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ମହିଳା ମାନଙ୍କୁ ପ୍ରତିବନ୍ଧିତ କରିଆସୁଥିଲା। ହେଲେ ସମୟ ସାଙ୍ଗରେ ମହିଳାମାନେ ଅନେକ କ୍ଷେତ୍ରରେ ପାଦ ଦେଇ ସେଥିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି, ଯଦ୍ଦ୍ଵାରା ସେମାନେ ଅନେକ ମହିଳା ମାନଂକ ପାଇଁ ଆଦର୍ଶ ବନିପାରିଛନ୍ତି। 

         Ad..


ସେ୍ଟେମ୍ବର 31 ତାରିଖରେ  ବରଗଡ ପୋଲିସ ଜଣେ ଲୋକ ବାଲିତିକ୍ର ଓଭର୍ ବ୍ରିଜ ନଦୀ ଖଣ୍ଡି ରେ ଜଣେ ଲୋକ ଭାସୁଥିବା ର ଦେଖି ଥିଲା ଆଉ ସେ ସବ କୁ ମୁଖ୍ୟ ଚିକିତ୍ସା ଲୟ  ମୂରଚୁରି ରେ 3 ଦିନ ରଖିବା ପରେ ତାର ଠିକଣା ନ ପାଇବାରୁ ସମାଜସେବୀ ସଂଘମିତ୍ରା ପଟେଲ କୁ ବରଗଡ ପୋଲିସ ସୁଶାନ୍ତ ସାହୁ ଫୋନ୍ ରେ ସବ ଦାହ ପାଇଁଁ ଜଣାଇଥିଲେ।ସଙ୍ଗେ ସଙ୍ଗେ ସଂଘମିତ୍ରା ପଟେଲ ଓ ଶେଖର ଗହିର ପହଞ୍ଚିଥିଲେ।

Ad..


ତେବେ ଅତି ଦୁଃଖର କଥା ଯେ ଉକ୍ତ ଅଜଣା ବ୍ୟକ୍ତି ଜଣକ ଗତ 31 ତାରିଖରେ ମୃତ୍ୟୁବରଣ କରିଥିଲେ। ନିୟମ ହିସାବରେ ମୃତ୍ୟୁର ୩ ଦିନ ଭିତରେ ଅନ୍ତିମ ସଂସ୍କାର କରାଯିବାର ବିଧି ରହିଛି। ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଶରୀରକୁ ନେବାକୁ କେହି ମଧ୍ଯ ପାରିବାର ବର୍ଗ ଆସି ନ ଥିବାରୁ ଶ୍ରୀମତୀ ପଟେଲ୍ ନିଜେ ତାଙ୍କର ଶରୀର ଦାହ କରିବାକୁ ନିର୍ଣ୍ଣୟ ନେଇଥିଲେ।

ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ସହଯୋଗ ରେ ଏକ ଜେ.ସି. ପି .ଦ୍ଵାରା ଗାତଖୋଲି  ଉକ୍ତ ମୃତ ବ୍ୟକ୍ତିଙ୍କୁ ସମ୍ମାନର ସହ ଶେଷ ବିଦାୟ ଦେଇଥିଲେ। ଏହି ମହାନ କାମରେ  ବରଗଡ ପୋଲିସ ସୁଶାନ୍ତ ସାହୁ ଶେଖର ଗହିର ସହଯୋଗ ରେ ହାତ ବଢ଼ାଇଥିଲେ।ତେବେ ଅନେକ ବ୍ୟକ୍ତି ଶ୍ରୀମତୀ ପଟେଲ୍ ଙ୍କୁ ବିରୋଧ କରିବା ସହ ଅସଭ୍ୟ ଗାଳି ଗୁଲଜ କରିବା ସମାଜରେ ମହିଳାଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବା ବାକି ରହିଛି ବୋଲି ଜଣାପଡ଼େ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post