ପଦ୍ମପୁର ସବଡିଭିଜନାଲ ହସ୍ପିଟାଲରେ ପ୍ରତି ମଙ୍ଗଳବାର ହେବ କେନସର ଓପିଡି...

ପଦ୍ମପୁର ସବଡିଭିଜନାଲ ହସ୍ପିଟାଲରେ ପ୍ରତି ମଙ୍ଗଳବାର ହେବ କେନସର ଓପିଡି...


(ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ଯ ରେ ବରଗଡ କେନସର ହସ୍ପିଟାଲ)

ବରଗଡ,୦୩/୧୧ : ଚିର ଅବହେଳିତ  ପଦ୍ମପୁର ସବଡିଭିଜନାଲ ହସ୍ପିଟାଲରେ ମଙ୍ଗଳବାରରୁ କେନସର ଓପିଡି ଆରମ୍ଭ କରାଯାଇଛି, ଯାହା ଏବେ ପ୍ରତି ମଙ୍ଗଳବାର ଉପଲବ୍ଧ ରହିବ। ଫାଇଟର୍ସ ଗ୍ରୁପ ତରଫରୁ ଏହି ନୂତନ ସୁବିଧାର ଲାଭ ଉଠାଇବାକୁ ଅନୁରୋଧ କରାଯାଇଛି। 

     Ad..


ଏହି ଓପିଡି ମାଧ୍ୟମରେ ରୋଗୀମାନଙ୍କ ରୋଗର ପ୍ରାରମ୍ଭିକ ଆନୁମାନିକ ଚିନ୍ହଟ ସମ୍ଭବ ହୋଇ ପାରିବ। ଯାହାକି କେନସର ପିଡୀତ ତାଙ୍କ ଚିକିତ୍ସା ପ୍ରକ୍ରିୟା କୁ ତ୍ବରାନ୍ବିତ କରି ପାରିବାରେ ସହାୟକ ହେବ । ପୂର୍ବ ରୁ ଏ ଅଞ୍ଚଳ ବାସୀଙ୍କୁ ଏହି ସର୍ବନିମ୍ନ ସୁବିଧା ମଧ୍ଯ ଉପଲବ୍ଧ ହୋଇପାରୁ ନ ଥିଲା। 

Ad..


ବରଗଡ଼ କେନସର ହସ୍ପିଟାଲ ଏବେ ବିଜେଡି ଏବଂ ବିଜେପି ପାଇଁ ଏକ ବିବାଦୀୟ ରାଜନୈତିକ ପ୍ରସଂଗ ହୋଇଯାଇଛି। ବିଜେଡି ଚେତାବନୀ ଦେଉଛି ଯେ ଯଦି କେନସର ହସ୍ପିଟାଲକୁ ଶୀଘ୍ର ଚିକିତ୍ସାସଂପୂର୍ଣ୍ଣ କରା ନ ଯିବ ତେବେ ସେମାନେ ବିରୋଧ କରିବେ। ସେହିପରି ଅପରପକ୍ଷରେ ବର୍ତ୍ତମାନ ରାଜ୍ଯ ରେ ଶାସନ କରୁଥିବା ବିଜେପି ମଧ୍ୟ ପୂର୍ବ ସରକାର ପ୍ରତି ଆରୋପ ଆଣିଛି ଯେ, ଏହା ସ୍ବୟଂ ସଂପୂର୍ଣ୍ଣ   କେନସର ହସ୍ପିଟାଲ ନୁହେଁ ଏହା ବରଗଡ ଜିଲ୍ଲା ହସ୍ପିଟାଲ ଏକ କେନସର ଓ୍ବିଂଗ ମାତ୍ର।

Ad.. 


ଯଦି କୌଣସି ପ୍ରଗତି ନ ହେବ ତେବେ ସେମାନେ ମଧ୍ୟ ଆନ୍ଦୋଳନ କରିବେ, ତେବେ କାହା ବିରୋଧରେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରି ନାହାଁନ୍ତି। ବିଜେଡି ନେତାଙ୍କ କହିବା ହେଲା ତାଙ୍କ ସରକାର ସମୟରେ ହସ୍ପିଟାଲ ପାଇଁ ସମସ୍ତ ଆବଶ୍ୟକ ଆର୍ଥିକ ଅନୁମୋଦନ ଦିଆଯାଇଥିଲା। ଏବେ ତାକୁ କିଭଳି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ତାହା ବର୍ତ୍ତମାନ ସରକାର ର ଦାୟିତ୍ୱ। 

ଏଠାରେ ନିହାତି ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ଏଭଳି ଭାବେ ହସ୍ପିଟାଲର ତ୍ବରିତ ଉଦ୍‌ଘାଟନ କରିବା ଉଚିତ ନ ଥିଲା। ଉଦଘାଟନ ହେବା ପ୍ରଚାର ଜୋର ହେବା ପରେ ଲୋକଙ୍କ ଆଶା ବହୁ ବ୍ରୁଦ୍ଧି ପାଇ ଯାଇଛି। ଲୋକ ଚିକିତ୍ସା ପାଇଁ ଆସୁଛନ୍ତି ଅଥଚ ଆବଶ୍ଯକ ଜରୁରୀ ପରୀକ୍ଷା ର ସୁବିଧା ନ ପାଇ ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ଫେରୁଛନ୍ତି। 

ଏହାଦ୍ବାରା ଏହି କେନସର ହସ୍ପିଟାଲ ଉପରୁ ଲୋକ ଙ୍କ ବିଶ୍ବାସ ଧିରେଧିରେ କମିବାକୁ ବସୁଛି ଏବଂ ପିଡୀତ ଙ୍କ ପଂଜୀକରଣ ହ୍ରାସ ପାଉଛି। ଯାହାକି ଏହି କେନସର ହସ୍ପିଟାଲ କୁ ବନ୍ଦ କରିବାର ଚକ୍ରାନ୍ତ ବୋଲି ଅଭିଯୋଗ ହେଉଛି। ଏବେ ବିଜେପି ରାଜ୍ଯ ଓ କେନ୍ଦ୍ର ଉଭୟରେ ଶାସନ କରୁଛି। ଭୁବନେଶ୍ୱର ନାଇଜର କେମ୍ପସ ରେ ଯେଭଳି କେନ୍ଦ୍ର ସରକାର ପ୍ରତ୍ୟକ୍ଷ ରେ ନ ହେଲେ ମଧ୍ଯ ପରୋକ୍ଷ ରେ ଟାଟା ମେମୋରିଆଲ  ହସ୍ପିଟାଲ ପାଇଁ ସହାୟତା ଦେଇଛି। 

ସେହିପରି ବରଗଡ ରେ ମଧ୍ଯ ଏକ କେନସର ହସ୍ପିଟାଲ ସ୍ଥାପନ କରି ପାରନ୍ତା। ପୂର୍ବ ରୁ ଏ ସଂପର୍କ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବ ସାଂସଦ ତଥା ବର୍ତ୍ତମାନ ରାଜ୍ଯ ସରକାର ଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇ ଥିଲା। ସେମାନେ ବରଗଡ ବାସୀଙ୍କ ଦାବୀ ସେତେବେଳେ ସମର୍ଥନ କରି ଥିଲେ କିନ୍ତୁ ସେମାନେ ଏହା ମଧ୍ଯ କହିଥିଲେ ଯେ, ସ୍ବାସ୍ଥ୍ଯ ପ୍ରସଂଗ ସଂପୂର୍ଣ୍ଣ ରାଜ୍ଯ ସରକାର ଙ୍କ ଅଧିନ ରେ ଆସୁଛି। 

ବିଜେଡି ସରକାର ବରଗଡ ରେ କେନସର ହସ୍ପିଟାଲ ସ୍ଥାପନ ପାଇଁ କେନ୍ଦ୍ର କୁ ଅନୁମୋଦନ କଲେ ଆମେ ତାହା ବ୍ୟବସ୍ଥା କରିବୁ। କିନ୍ତୁ ତାଙ୍କର ଏହି ଉତ୍ତର ର କିଛି ମାସ ପରେ କିନ୍ତୁ ଭୁବନେଶ୍ୱର ର ନାଇଜର କେମ୍ପସ ରେ ଟାଟା ମେମୋରିଆଲ ହସ୍ପିଟାଲ ସ୍ଥାପନ ହେବାର ଘୋଷଣା ହୋଇଥିଲା। ଯେଉଁଥିରେ କି ପରୋକ୍ଷ ରେ କେନ୍ଦ୍ର ସରକାର ଙ୍କ ପ୍ରମୁଖ ଭୂମିକା ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୧ ଫେବୃଆରୀ ୨୦୨୪ ରେ, ବରଗଡରେ ପୂର୍ବ ରାଜ୍ୟ ସରକାର ୧୦୬ କୋଟି ଟଙ୍କା ବ୍ୟୟ କରି ଏହି ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରିଥିଲା। ଏହି ହସ୍ପିଟାଲରେ ଦୁଇଜଣ ରେଡିଓ ଅଙ୍କୋଲୋଜିଷ୍ଟ, ଦୁଇଜଣ ମେଡିକାଲ ଅଙ୍କୋଲୋଜିଷ୍ଟ, ୮ ଜିଡିଏମଓ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, କାନ ଏବଂ ନାକ ବିଶେଷଜ୍ଞ, ସର୍ଜନ ବିଶେଷଜ୍ଞ, ମେଡିସିନ ବିଶେଷଜ୍ଞ, ତିନିଜଣ ରେଡିଓଥେରାପି ଟେକ୍ନିସିଆନ୍, ଚାରିଜଣ ଫାର୍ମାସିଷ୍ଟ, ୨୦ ଜଣ ନର୍ସିଙ୍ଗ୍ ଅଫିସର, ୨୦ ଜଣ ପୁରୁଷ ଓ ମହିଳା ପରିଚାରକ, ଏବଂ ୧୧୨ ଜଣ କର୍ମଚାରୀ ମଧ୍ୟରେ ୨୦ ଜଣ ପୁରୁଷ ଓ ମହିଳା ସଫାଇ କର୍ମଚାରୀ, ୨୦ ଜଣ ପୁରୁଷ ଓ ମହିଳା ସୁରକ୍ଷା କର୍ମଚାରୀ ନିଯୁକ୍ତ କରିବା ପାଇଁ ସରକାରରୁ ଅନୁମୋଦନ ମିଳିଥିଲା। 

ସେତେବେଳେ ବରଗଡ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା। ଏହି ଅଞ୍ଚଳର ଲୋକମାନେ ଭାବିଥିଲେ ଯେ ବର୍ତ୍ତମାନ କ୍ୟାନ୍ସର ଚିକିତ୍ସା ପାଇଁ ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ଯିବା ଏବଂ ଲକ୍ଷେ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। କିନ୍ତୁ ସେହିପରି କିଛି ହୋଇନି। ଏପରିକି ବର୍ତ୍ତମାନ ସୁଦ୍ଧା ପୁରା ବିଲ୍ଡିଂ କୁ ସଂପୂର୍ଣ୍ଣ ଭାବରେ ହସ୍ତାନ୍ତର କରାଯାଇ ନାହିଁ। 

ରିପୋର୍ଟ ଅନୁସାରେ, ହସ୍ପିଟାଲରେ ପ୍ରତି ମାସରେ ପ୍ରାୟ ୧୨୦ ରୋଗୀ ଆସୁଛନ୍ତି, କିନ୍ତୁ ଯଥେଷ୍ଟ ସୁବିଧା କିମ୍ବା ଚିକିତ୍ସା ନ ଥିବାରୁ ସେମାନେ ଫେରି ଯାଉଛନ୍ତି। କେବଳ ଆବଶ୍ୟକ ଗରିବ ରୋଗୀମାନେ, ଯେଉଁମାନେ କିମୋଥେରାପି ଆବଶ୍ୟକ ରଖନ୍ତି, ସେମାନେ ୨୦ଟି ଶଯ୍ୟା ସାମର୍ଥ୍ୟ ଥିବା ଏହି ହସ୍ପିଟାଲକୁ ଆସୁଛନ୍ତି। ଛତିଶଗଡ଼ରୁ ମଧ୍ୟ ଦରିଦ୍ର ଏବଂ ଆବଶ୍ୟକ ଥିବା ରୋଗୀମାନେ ଏଠାରେ ଚିକିତ୍ସା ପାଇଁ ଆସୁଛନ୍ତି।

ଅନ୍ୟ ଏକ ସୂଚନା, ଯେଏହା ଏତେ ଅସୁବିଧା ସତ୍ତ୍ବେ ମଧ୍ଯ ଏ  ବରଗଡ଼ କାନ୍ସର ହସ୍ପିଟାଲରେ ବିଶେଷ ଚିକିତ୍ସା ସୁବିଧା ଉପଲବ୍ଧ ନ ଥିଲେ ମଧ୍ୟ କାନ୍ସର ବିଶେଷଜ୍ଞଙ୍କ ପ୍ରୟାସରେ ଅନେକ ଜଟିଳ ସର୍ଜରୀ ସଫଳତାର ସହିତ କରାଯାଇଛି। ସମ୍ପ୍ରତି ଏହି ହସ୍ପିଟାଲରେ କାର୍ସିନୋମା ପେନିସର ଏକ ଜଟିଳ ସର୍ଜରୀ ସଫଳତାର ସହିତ ପୂରଣ କରାଯାଇଛି। ଏହାର କେସ୍ ଦୁଇ ବର୍ଷ ପୂର୍ବେ କଟକ ଏସସିବି ମେଡିକାଲ କଲେଜରେ ରେଜିଷ୍ଟର ହୋଇଥିଲା। ଏହି ସର୍ଜରୀରେ ପେନିସର ପୂର୍ଣ୍ଣ ବିଚ୍ଛେଦନ, ମୂତ୍ରମାର୍ଗର ଡାଇଭର୍ସନ ଏବଂ ଲିମ୍ଫ ନୋଡ୍ ଡିସେକସନ ମଧ୍ୟ ରହିଥିଲା। ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ବର୍ତ୍ତମାନ ତାକୁ ସାହାୟକ କିମୋଥେରାପି ଦିଆଯିବ। 

ଯଦି ସରକାର ଚାହିଁବେ ବରଗଡ କୁ ଏକ ସଂପୂର୍ଣ୍ଣ କେନସର ହସ୍ପିଟାଲ ର ମାନ୍ୟତା ଦେଇ ଏ ଅଞ୍ଚଳ ବାସୀଙ୍କ ବହୁଦିନ ର ଆବଶ୍ଯକତା କୁ ପୂରଣ କରି ପାରିବେ। 




Report : Bijay ku sahu

Edited by k.s thakur...

Post a Comment

Previous Post Next Post