ବଗେଇବିରା ଦ୍ବି ଦିବସୀୟ ଫୁଟବଲ ପ୍ରତିଯୋଗୀତା ଉଦଯାପିତ...
(ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ବରଗଡ଼ ୧-୦ ରେ ଚମ୍ପିୟାନ)
ବରଗଡ଼,୦୩/୧୧ : ବରଗଡ଼ ବ୍ଲକ ବଗେଇବିରା ଠାରେ ସ୍ଥାନୀୟ ଏଥେଲେଟିକ ଏସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ଦ୍ବି ଦିବସୀୟ ଫୁଟବଲ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇ ଯାଇଛି।
Ad..
ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତି ଯୋଗୀତା ରେ ବରଗଡ଼ ସମ୍ବଲପୁର ଓ ବଲାଙ୍ଗିର ର ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ ସିମନ୍ସ ଷ୍ଟାର ଓ ୟୁନାଇଟେଡ଼ କ୍ଲବ୍ ବରଗଡ଼ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ତେବେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ବରଗଡ଼ ପ୍ରତିପକ୍ଷ ଦଳ କୁ ୧-୦ ଗୋଲ ରେ ପରାସ୍ତ କରି ଚମ୍ପିୟାନ ହୋଇ ଥିଲେ।
Ad..
ଏହି ଅବସର ରେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ପୁରସ୍କାର ବିତରଣି ଉତ୍ସବ ରେ ପୂର୍ବତନ ସାଂସଦ, ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଦଳ କୁ ଟ୍ରଫି ଓ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ,ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦିପାଳି ଦାସ...
Ad..
ପୂର୍ବ ତନ ବିଧାୟକ ଦେବେଶ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌର ଅଧ୍ୟକ୍ଷା କଳ୍ପନା ମାଝୀ ଗୋବିନ୍ଦପୁର ସମିତି ସଭ୍ୟ ଜ୍ଞାନ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ରାଜ୍ୟ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କରାଯାଇଥିବା କ୍ରୀଡା ର ଭିତ୍ତି ଭୂମି ଅତୁଳନୀୟ ବୋଲି ଉଲ୍ଲେଖ କରିବା ସହ ପ୍ରତିଯୋଗିତା ର ଉପ ବିଜେତା ଓ କୃତି ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନା ରେ ଏଥେଲେଟିକ ଏସୋସିଏସନ୍ ର ସମସ୍ତ ସଭ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଏଥେଲେଟିକ ଏସୋସିଏସନ୍ ର ଉପଦେଷ୍ଟା ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




