ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ରେ କଣ୍ଟାବାଞ୍ଜି ସେଣ୍ଟ ଜାଭିୟର ସ୍କୁଲ କୁ କୃତିତ୍ୱ ହାସଲ...
କଣ୍ଟାବାଞ୍ଜି,୩୦/୧୧ : ଆଜି ଭବାନୀପାଟଣା ସହଦେବ କମ୍ପ୍ଲେକ୍ସ ଦ୍ଵାରା ଆୟୋଜିତ ପଶ୍ଚିମ ଓଡ଼ିଶା ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ରେ କଣ୍ଟାବାଞ୍ଜି ସେଣ୍ଟ ଜାଭିୟର ସ୍କୁଲ କୁ କୃତିତ୍ୱ ହାସଲ।
Ad..
ଭବାନୀପାଟଣା ସହଦେବ କମ୍ପ୍ଲେକ୍ସ ଦ୍ଵାରା ଆୟୋଜିତ ପଶ୍ଚିମ ଓଡ଼ିଶା ଇଣ୍ଟର ସ୍କୁଲ ଅଣ୍ଡର ୧୭ ଓ ଅଣ୍ଡର ୧୪ ଖୋଖୋ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତା ରେ କଣ୍ଟାବାଞ୍ଜି ସେଣ୍ଟ ଜାଭିୟର ସ୍କୁଲ ରୁ ଶ୍ରୀମତୀ ଦଳଇ ଙ୍କ ନେତୃତ୍ୱ ରେ ଅଣ୍ଡର ୧୭ ବାଳକ ଓ ଅଣ୍ଡର ୧୪ ବାଳିକା ବିଭାଗ ରୁ ତିନି ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।
ଯେଉଁଥିରେ ଅଣ୍ଡର ୧୭ ବାଳକ ଦଳ ରନର ଅପ୍ ହୋଇ ଥିଲେ। ପ୍ରତିଭା ଚୌଧୁରୀ, ଲତା ସାହୁ, ପୱନ୍ ପଟେଲ ପ୍ରଶିକ୍ଷକ ଭାବରେ ଓ ଶ୍ରୀମତୀ ଦଳୟୀ ଟିମ୍ ମ୍ୟାନେଜର ଭାବେ ଅଂଶ ଗ୍ରହଣ କରିଥିଲେ। ସ୍କୁଲ ର ସମସ୍ତ ଶିକ୍ଷକ, ମ୍ୟାନେଜମେଣ୍ଟ କମିଟିର ସଦସ୍ୟ,ଅଭିଭାବକ ଓ ପ୍ରିନ୍ସିପଲ୍ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Edited by k.s thakur...
Tags:
bhawanipatna
bolangir
game
kantabanji
kho kho championship
latest news
latest update
odisha daily current affairs
runner
st.xavier school


