ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି : ସାମ୍ବାଦିକ ସମ୍ମିଳନୀ...

ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି : ସାମ୍ବାଦିକ ସମ୍ମିଳନୀ...


ବଙ୍ଗୋମୁଣ୍ଡା,୦୧/୧୨ : ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶ୍ୱସ୍ଥ ସେବା ଯୋଗାଉଥିବା ଡାକଘର ପ୍ରତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି ।ବଙ୍ଗୋମୁଣ୍ଡା ଉପ ଡାକଘରର ଦୁଇ ଜଣ କର୍ମଚାରୀ ଡାକଘରର ୬୦ ଲକ୍ଷ ଟଙ୍କା ଆତ୍ମସାତ କରି ଜେଲ ଯାଇଥିବା ବେଳେ ଗ୍ରାହକଙ୍କ ଅଜାଣତରେ ଲକ୍ଷାଧିକ ଟଙ୍କା  ଉଠାଣ କରି ଟଙ୍କା ହଡ଼ପ କରିଥିବା ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ରେ ଜମାକାରୀ ମାନେ ଅଭିଯୋଗ ଆଣିଛନ୍ତି।

              Ad..


ସରପଞ୍ଚ ଅଜିତ କୁମାର ଯୋଶୀ ଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଜମାକାରୀ ଅନିଲ କୁମାର ଜୈନ,ନରେଶ ଶର୍ମା, ଯୁଗେଶ ଜୈନ,ଆନନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।ବଙ୍ଗୋମୁଣ୍ଡା ଶାଖା ଉପଡ଼ାକଘରରେ ଟଙ୍କା ଜମା କରିଥିବା ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ତାଙ୍କ ଅଜାଣତରେ ଡାକ କର୍ମଚାରୀ  ଆତ୍ମସାତ କରିଛନ୍ତି।

ଲୋକେ କୁଳି,ମଜୁରି,ବ୍ୟବସାୟ ଆଦି ପରିଶ୍ରମ କରି କଷ୍ଟ ଉପାର୍ଜିତ ଟଙ୍କା କୁ ଡାକ ଘରେ ସଞ୍ଚୟ କରିଥିଲେ ।ସେହି ଟଙ୍କା କୁ ଆତ୍ମସାତ କରାଯାଇଛି । ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ଙ୍କ ଟଙ୍କା ପ୍ରଦାନ କରାଯିବା ପାଇଁ ଦାବୀ କରିଥିଲେ।

ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ବଙ୍ଗୋମୁଣ୍ଡା ଉପଡ଼ାକଘର କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବା ସହ ଅଞ୍ଚଳର ସମସ୍ତ ଶାଖା ଡାକଘର କୁ ବନ୍ଦ କରାଯିବ ବୋଲି ଚେତାବନୀ ଦେବା ସହିତ ଟଙ୍କା ଆତ୍ମସାତ ଘଟଣାରେ ଉପରିସ୍ଥ ଡାକ କର୍ମଚାରୀ ମାନେ ମଧ୍ୟ ଲିପ୍ତ ରହିଥିବା ସନ୍ଦେହ କରାଯାଉଛି ବୋଲି ପ୍ରକାଶ କରିଥିଲେ।




Edited by k.s thakur...





Post a Comment

Previous Post Next Post