ଜଳ ଉତ୍ସବ କୁ ନେଇ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମୁହାଁମୁହିଁ ଘଟଣା : ତୃତୀୟ ଦିନ ଧାରଣା ରେ ଜନ ପ୍ରତିନିଧି...
କଣ୍ଟାବାଞ୍ଜି,୦୮/୧୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ୧୧ନମ୍ବର୍ ୱାର୍ଡ ର ଶିବ ବନ୍ଦ ରେ ଚାଲିଥିବା ଜଳ ଉତ୍ସବ କାର୍ଯ୍ୟ କ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଓ ବିଜ୍ଞାପିତ ଅଧ୍ୟକ୍ଷ ଙ୍କ କଥା କଟା କଟି ଓ ଉତ୍ତେଜନା ହୋଇ ଥିବାରୁ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା।
Ad..
କାର୍ଯ୍ୟ ନିର୍ବାହୀ ଅଧିକାରୀ ବାରମ୍ବାର ନିର୍ବାଚିତ ଜନ ପ୍ରତିନିଧି ଓ କାଉନସିଲର କୁ ଅଣ ଦେଖା ଓ ଅସମ୍ମାନ କରୁଥିବା ଅଭିଯୋଗରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରେ ତାଲା ମାରିଥିଲେ।
Ad..
ପରେ ଗୁରୁବାର ଦିନ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟାଳୟ ଆସି ଦେଖି ପୋଲିସ ସୁରକ୍ଷା ମାଗିବା ସହ ତାଲା ଖୋଲି ଥିବା ସମୟରେ ଅଧ୍ୟକ୍ଷ ଓ କାଉନସିଲର ମାନେ ସମସ୍ତେ ବିଖୋଭ ପ୍ରଦର୍ଶନ କରି ପୁଣି ତାଲା ପକାଇବାକୁ ଜିଦ ଧରି କାର୍ଯ୍ୟାଳୟ ପାଖରେ,ନାରା ବାଜି କରି ବସିଥିବା ଦେଖିବା କୁ ମିଳିଛେ। ଆଜି ତୃତୀୟ ଦିନରେ ଧାରଣା ରେ ବସିଛନ୍ତି ନଗରପାଳ, ଉପ ନଗରପାଳ ଓ କାଉନସିଲର ବୃନ୍ଦ ।
ତେବେ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ସୁରକ୍ଷା ବଳ ସହ ସୁରକ୍ଷା ଦାୟିତ୍ୱ ରେ ମୁତୟନ ଅଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ର ଉପରିସ୍ଥ କର୍ତ୍ତୃପକ୍ଷ ଆସି ସମାଧାନ ପାଇଁ କଥା ହେବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଙ୍କୁ ବଦଳି ନ ହେବା ଯାଏ କାର୍ଯ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଆଜି ନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚାରୀ କାର୍ଯ୍ୟଳୟ କୁ ଆସିନାହାନ୍ତି।
ଆଜି କାର ଏହି ଧାରଣା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଙ୍କ ସହ ଉପାଧ୍ୟକ୍ଷା ମନୋରମା ରାଉତ, ମନୀଷ ଅଗ୍ରୱାଲ,ଲଳିତ ଅଗ୍ରୱାଲ,ଗୌତମ ବେହେରା, ଓ ଦଳ ମତ ନିର୍ବିଶେଷରେ ପ୍ରାୟତଃ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ।
Edited by k.s thakur...



