ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ...

ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ...


ମୁରିବାହାଲ,୦୮/୧୧ : ଆଜି ସକାଳ ସମୟରେ ମୁରିବାହାଲ ଥାନା ଅଞ୍ଚଳରେ ୭ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି। 

Ad..


ପଟାମରା ଗାଁର ଲଳିତ ଗହୀର ଏବଂ ତାଙ୍କ ଭଉଣୀ ହଳଦୀ ଗାଁରେ ଥିବା ତାଙ୍କ କିୟୋସ ବ୍ୟାଙ୍କକୁ ୭ ଲକ୍ଷ ୩୦ ହଜାର ଟଙ୍କା ନେଇ ନିଜ ବାଇକରେ ଯାଉଥିଲେ। ରାସ୍ତାରେ ଏକ ସ୍କୁଟିରେ ୩ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଙ୍ଗ ଲୁଟି ଫେରର ହୋଇଯାଇଥିଲେ। 

         Ad..


ଘଟଣାର ଖବର ମୁରିବାହାଲ ପୁଲିସ ପାଇ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ଲଳିତ ଗହୀରର ନିଜ କିୟୋସ ବ୍ୟାଙ୍ଗ ହଳଦୀ ଗାଁରେ ଥିବାବେଳେ ସେ ସବୁ ଦିନ ଏମିତି ଟଙ୍କା ନେଇ ବ୍ୟାଙ୍କକୁ ଯାଆନ୍ତି। ତେବେ ଆଜି ସେ ଲୁଟର ଶିକାର ହୋଇଛନ୍ତି।




Edited by k.s thakur...

Post a Comment

Previous Post Next Post