ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବର...

ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବର...


କଣ୍ଟାବାଞ୍ଜି,୦୯/୧୧ : ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବର। ବିଗତ କାଲି ତୃତୀୟ ଦିନ ଧାରଣା ପରେ ପ୍ରଶାସନ ପକ୍ଷରୁ ମିଳିଲା ପ୍ରତିଶ୍ରୁତି।ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବର। 

Ad..


ସୂଚନା ଅନୁସାରେ କଣ୍ଟାବାଞ୍ଜି ସହରର ୧୧ ନମ୍ବର୍ ୱାର୍ଡ ର ଶିବ ବନ୍ଧ ନିକଟ ରେ କିଛି ଦିନ ପୂର୍ବରୁ ଜଳ ଉତ୍ସବ କାର୍ଯ୍ୟ କ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଙ୍କ ମଧ୍ୟରେ କଥା କଟା କଟି ଓ ଉତ୍ତେଜନା ହୋଇ ଥିବାରୁ  ରେ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା।

ନିର୍ବାହୀ ଅଧିକାରୀ ବାରମ୍ବାର ନିର୍ବାଚିତ ଜନ ପ୍ରତିନିଧି ଓ ୱାର୍ଡ ମେମ୍ବର ଙ୍କୁ ଅଣ ଦେଖା ଓ ଅସମ୍ମାନ କରୁଥିବା ଅଭିଯୋଗ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ  କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ କାର୍ଯ୍ୟାଳୟରେ ତାଲା ମାରି ଥିଲେ। ପରେ ଗୁରୁବାର ଦିନ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟାଳୟ ଆସି ଦେଖି ପୋଲିସ ସୁରକ୍ଷା ମାଗିବା ସହ ତାଲା ଖୋଲି ଥିବା ସମୟରେ ଅଧ୍ୟକ୍ଷ ଓ କାଉନସିଲର ମାନେ ସମସ୍ତେ ବିଖୋଭ ପ୍ରଦର୍ଶନ କରି ପୁଣି ତାଲା ପକାଇବାକୁ ଜିଦ ଧରି କାର୍ଯ୍ୟାଳୟ ପାଖରେ ନାରା ବାଜି କରି ବସିଥିବା ଦେଖିବା କୁ ମିଳିଥିଲା। 

ଗତକାଲି ତୃତୀୟ ଦିନରେ ଧାରଣା ରେ ବସିଥିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୱାର୍ଡ ମେମ୍ବର ବୃନ୍ଦ। ତେବେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ତହସିଲଦାର ଶ୍ରୀମତୀ ଅଞ୍ଜଳି ମାଝୀ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଆସି ଧାରଣା ରେ ବସିଥିବା ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ୱାର୍ଡ ମେମ୍ବର ଙ୍କୁ ବୁଝା ସୁଝା କରିବା ସହ ତାଙ୍କ ଦାବି ଯଥା ଶୀଘ୍ର ପୂରଣ କରିବା ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ କରାଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା କହିଛନ୍ତି ଯେ ଯଥା ଶୀଘ୍ର ଦାବି ପୁରଣ ନ କରାଗଲେ ପୁଣି ବସିବେ ଧାରଣା ରେ।

ଧାରଣା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା,ଉପାଧ୍ୟକ୍ଷା ମନୋରମା ରାଉତ,ୱାର୍ଡ ମେମ୍ବର ଲଳିତ ଅଗ୍ରୱାଲ,ମନୀଷ ଅଗ୍ରୱାଲ,ବିକାଶ ତରିଆ,ନୀଳକଣ୍ଠ ଶତପଥୀ, ବେଦକାନ୍ତି ପନିକା,ଗୌତମ ବେହେରା,ପିଙ୍କି ମହାନନ୍ଦ ଓ ଅନ୍ୟ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ। 




Edited by k.s thakur...


Post a Comment

Previous Post Next Post