କୃଷକ ସଂଗଠନ ରମେଶ ମହାପାତ୍ର ଙ୍କ ନାମରେ ମାମଲା : ଖଣ୍ଡନ କଲା କୃଷକ ସଙ୍ଗଠନ, ଆନ୍ଦୋଳନ ଚେତାବନୀ...
ବରଗଡ଼,୦୩/୧୦ : ରାଜବୋଡାସମ୍ବର କୃଷକ ସଂଗଠନ ଏକ ଜରୁରୀ ବୈଠକ ଆବାହକ ଅଶୋକ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଗତ 28/9/2024ରେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଙ୍କୁ ଜଣେ ଅସାମାଜିକ ବ୍ୟକ୍ତି, ଚାଷୀନେତା କହି ନିରୀହ କୃଷକଙ୍କ ଠାରୁ ଚାନ୍ଦା ଅସୁଲି କରୁଛନ୍ତି!
Ad..
ଲୋକଙ୍କ ବିଦ୍ୟୁତ ବିଲ ନଦେବା ପାଇଁ ପ୍ରୋତ୍ସାହିତ କରି ଉତ୍ସାକାଉ ଛନ୍ତି ବିଭିନ୍ନ ସରକାରୀ ଯୋଜନା ଗୁଡିକ ଲାଗୁକରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଏପରି ଭିତ୍ତିହୀନ ମିଥ୍ୟା ତଥା କପୋଳକଳ୍ପିତ ଅଭିଯୋଗ କରି ବରଗଡ ଟାଉନ ପୋଲିସ ସଂଗଠନ ର ରମେଶ ମହାପାତ୍ର ଙ୍କ ନାମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 129 କ୍ରମେ ଏକ ବର୍ଷ ପାଇଁ ତାଙ୍କର ଗତିବିଧି କୁ ନିୟଂତ୍ରଣ କରିବା ସକାଶେ ବରଗଡ ଉପଜିଲ୍ଲାପାଳ ଙ୍କ ଠାରେ ଆବେଦନ କରିଛନ୍ତି।
Ad..
ରାଜବୋଡାସମ୍ବର କୃଷକ ସଂଗଠନ ପୋଲିସର ଏତାଦୃଶ କାର୍ଯ୍ୟକଳାପ କୁ ଦୃଢ଼ ନିନ୍ଦା କରିବା ସଙ୍ଗେ ଏହାକୁ ବିରୋଧ କରି ଏକ ଦାବିପତ୍ର ପଦ୍ମପୁର ଉପଜିଲ୍ଲାପାଳ ଓ ପଦ୍ମପୁର SDPO ମିଛ ଅଭିଯୋଗ ପ୍ରତ୍ୟାହୃତ କରିବା ପାଇଁ ଦାବୀ କରୁଅଛୁ ପଦ୍ମପୁର ଉପଜିଲ୍ଲାପାଳ ଉପରିସ୍ଥ ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ଖୁବଶୀଘ୍ର ଜଣାଇବି ବୋଲି ପ୍ରତିଶୃତି ଦେଇଛନ୍ତି।
Ad..
ଏହି କେସ କୁ ବରଗଡ ଓକିଲ ସଙ୍ଘ ପୁର୍ଣ ସହଯୋଗ କରି ସମର୍ଥନ କରୁଥିବାରୁ ସଂଗଠନ କୃତଜ୍ଞତା ଜଣାଉଛି। ଆସନ୍ତା ନଭେମ୍ବର ମାସରେ ସଂଗଠନ ର ବାର୍ଷିକ ଚାଷୀ ସମାବେଶ ଅଂଚଳ ର ବିଦ୍ୟୁତ ସମସ୍ୟା ଜଳସେଚନ ଧାନ ମଣ୍ଡି ସମସ୍ୟା ଓ ଆସନ୍ତା କାଲି ବରଗଡ SP ଏବଂ ଜିଲ୍ଲାପାଳ ଅଫିସ କୁ ଯାଇ ବରଗଡ ଓକିଲ ସଙ୍ଘ କୁ ସାକ୍ଷାତ କରିବାପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା ।
Ad..
ଉକ୍ତ ବୈଠକ ରେ ସଂଗଠନ ର ସୁବାସ ସାମନ୍ତରାୟ ରୋହିତ ପଧାନ ଅରବିନ୍ଦ ପଣ୍ଡା ଅରକ୍ଷିତ ପଧାନ ଅମୃତଲାଲ ସାହୁ ଲିଙ୍ଗରାଜ ପଧାନ ନବୀନ ବେହେରା ଚିତ୍ତରଞ୍ଜନ ପାଣ୍ଡେ ବିରେନ ପଧାନ ସରୋଜ ସାହୁ କାଁହୁ ମେହେର ବୈଲୋଚନ ଭୋଇ କାର୍ତିକ ଭୋଇ ଭଗବାନ ପଧାନ କୁଳମଣି ବାରିକ ଶେଷଦେବ ନାୟକ ଦେବରାଜ ସାହୁ ଗୋଲକ ମେହେର ମୀନକେତନ ବିଶ୍ୱାଳ ସୁବାଷ ବରିହା ପ୍ରକାଶ ମିଶ୍ର ପ୍ରକାଶ ଦାସ ଶହଶହ ଚାଷୀ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...





