ବରଗଡ଼ ଧନୁଯାତ୍ରା ପାଇଁ ଆର୍ଥିକ ଅନୁଦାନ ବୃଦ୍ଧି ଦାବି କଲା ପଶ୍ଚିମ ଓଡ଼ିଶା କଳାକାର ମହାସଂଘ...
ବରଗଡ଼,୨୦/୧୦ : ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ମିଲୁଥିବା ସରକାରୀ ଆର୍ଥିକ ଅନୁଦାନ କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଶନିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ରାଜ୍ୟ ସରକାର ଙ୍କ ଠାରେ ଦାବି ଜଣାଇଛି ।
Ad..
ମହାସଂଘ ର ଅଧ୍ୟକ୍ଷ ଚୈତନ୍ୟ ପାଇକ ଏହି ମର୍ମ ରେ ଶୁକ୍ରବାର ଜିଲ୍ଲାପାଳ ବରଗଡ଼ ଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସଂଘ୍ ତରଫରୁ ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ଶନିବାର ରାଜ୍ୟ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସଚିବ ବିଷ୍ଣୁପଦ ସେଠି ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ତେବେ ବରଗଡ଼ ବିଶ୍ଵ ପ୍ରସିଦ୍ଧ ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା କଳା ସାହିତ୍ୟ ସଂସ୍କୃତି ଓ ପରମ୍ପରା କ୍ଷେତ୍ର ରେ ଭାରତ ବର୍ଷ ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ଏହି ମହୋତ୍ସବ ର ସାଂସ୍କୃତିକ ମାନ ବୃଦ୍ଧି ସହିତ କଳା ସଂସ୍କୃତି ର ଆହୁରି ଉତ୍କର୍ଷତା ପ୍ରତିପାଦନ ଓ ଆହୁରି ଆକର୍ଷଣୀୟ ଆୟୋଜନ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ମିଳୁଥିବା ଆର୍ଥିକ ଅନୁଦାନ ରାଶି କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସ୍ମାରକ ପତ୍ର ରେ ମହାସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି ଏଥି ସହିତ ରାଜ୍ୟ ସରକାର ବରଗଡ଼ ଧନୁଯାତ୍ରା ର ଆର୍ଥିକ ଅନୁଦାନ ବୃଦ୍ଧି ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଗଣିତ କଳାକାର ଙ୍କ ତରଫରୁ ଦାବି କରାଯାଇଛି।
Report : Bijay ku sahu
Edited by k.s thakur...


