ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ପରେ ଚକ୍ଷୁ ଦାନ...

ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର : ମୃତ୍ୟୁ ପରେ ଚକ୍ଷୁ ଦାନ...


ବରଗଡ଼ ୨୦/୧୦:- ବରଗଡ଼ ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲପମ୍ପ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ୱାମୀ ଗୁରୁତର ସ୍ତ୍ରୀ ମୃତ । ସୂଚନା ଅନୁସାରେ ଆଜି ଶନିବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ବରଗଡ଼ ପଟୁ ସୋହେଲା ଯାଉଥିବା  OD17M1551 ନମ୍ବର ବିସିଷ୍ଟ ଏକ ନୀଳ ରଙ୍ଗର କାର OD17M7202  ନମ୍ବର ଥିବା ବାଇକ କୁ ଧକ୍କା ଦେଇଥିଲା। 

Ad..


ଫଳରେ ଘଟଣା ସ୍ଥଳରେ ପଡିରହିଥିବା ଗୁରୁତର ବାଇକ ଅରୋହି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ସଦର ଚିକିତ୍ସାଲୟ କୁ ଅଣାଯାଇଥିଲା ଏଠାରେ ବିଭାଗୀୟ ଡାକ୍ତର ସ୍ତ୍ରୀ ପ୍ରମିଳା ଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଅଗସ୍ତିଙ୍କ ସ୍ୱାସ୍ଥ୍ୟଵସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୀମସାର ବୁର୍ଲା ଙ୍କୁ ସ୍ଥାନାନ୍ତରିତ କରିଥିଲେ। 

ମାତ୍ର ପରିବାର ଲୋକେ ତାଙ୍କୁ ଏକ ଘରୋଇ ଚିକିତ୍ସାଲୟକୁ ନେଇ ଚିକିତ୍ସା କରାଇଥିଲେ ମୃତକ ପରିବାର ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହୋଇଥିବା ବେଳେ  ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର ଚିକିତ୍ସାଲୟକୁ ପହଞ୍ଚି ମୃତକ ପରିବାରକୁ ସାହାଯ୍ୟ କରିଥିଲେ । 

ଠିକ ସେହିପରି ମୃତ୍ୟବରଣ କରିଥିବା ସ୍ତ୍ରୀ ପ୍ରମିଳା ଧରୁଆଙ୍କ ଚକ୍ଷୁ ଦାନ ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ତାଙ୍କ ପୁଅ ଭାସ୍କର ଧରୁଆଙ୍କ ସହିତ ଆଲୋଚନା କରିଥିଲେ ଓ ତାଙ୍କର ସହମତିରେ ଦୃଷ୍ଟିଦାନ ଚକ୍ଷୁ ବିଭାଗର କର୍ମଚାରୀ ସୁନୀଲ ସାଙ୍କ  ସାହାଯ୍ୟରେ ମୃତ ପ୍ରମିଲାଙ୍କ ଚକ୍ଷୁ ସଫଳତାର ସହିତ ସଂଗ୍ରହ କରାଯାଇଥିଲା ଯାହା ଫଳରେ ଦୁଇଜଣ ଚକ୍ଷୁହୀନ ବ୍ୟକ୍ତି ଦୃଷ୍ଟି ଶକ୍ତି ଫେରି ପାରିବେ। 

ଆଜିର ଦୁର୍ଘଟଣାରେ ମୃତହତ ପରିବାର ପାଇଁ ସାଧାରଣରେ ଲୋକେ ଦୁଃଖ ପ୍ରକାଶ କରିଥିବା ବେଳେ ପ୍ରମିଲଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁ ଦାନ କରାଇଥିବାରୁ ସବୁ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post