ଗନ୍ଧମର୍ଦ୍ଧନ ସୁରକ୍ଷା ଓ ଜୈବ ବିବିଧତା ପୂର୍ଣ୍ଣ ଅଞ୍ଚଳ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ...

ଗନ୍ଧମର୍ଦ୍ଧନ ସୁରକ୍ଷା ଓ ଜୈବ ବିବିଧତା ପୂର୍ଣ୍ଣ  ଅଞ୍ଚଳ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ଦାବିପତ୍ର ପ୍ରଦାନ...


ବରଗଡ଼/ପଦ୍ମପୁର,୦୬/୧୦ : ପୁରାଣ ବର୍ଣ୍ଣିତ ଗନ୍ଧମାର୍ଦ୍ଧନ ପର୍ବତ ମାଳାର ପ୍ରାକୃତିକ ପରିବେଷ ଦେଖଣାହାରୀକୁ ମନ୍ତ୍ରମୁଗ୍ଧ କରିଦିଏ । ଝରଣାର କଳ କଳ ନାଦ ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ଓ ହରିଶଙ୍କର ର ଉପସ୍ଥିତି ଏଠାରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। 

            Ad..


ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି । କେବଳ ତୀର୍ଥ କ୍ଷେତ୍ର କହିଲେ ଭୁଲ ହେବ, ଏଠାକାର ବନୌଷଧି ପରିପୂର୍ଣ୍ଣ ବିସ୍ତୀର୍ଣ୍ଣ ଜଙ୍ଗଲ ଏ ଅଞ୍ଚଳର ଲୋକଙ୍କ ପାଇଁ ପ୍ରକୃତିର ଏକ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। 

Ad..


କିନ୍ତୁ ପ୍ରୋତ୍ସାହନ ଅଭାବ ଓ ସରକାରୀ ଉଦାସିନତା ହେତୁ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବା ସହିତ ଔଷଧିୟ ଗୁଳ୍ମଲତାର ଚୋରି ବୃଦ୍ଧି ପାଉଛି। ଏହି ପର୍ବତମାଳାରେ ପ୍ରଚୁର ପରିମାଣର ବକ୍ସସାଇଟ ଗଛିତ ଥିବାରୁ ବିଭିନ୍ନ ଖଣି କମ୍ପାନୀ  ଗୁଡିକର ଲୋଲୁପ ଦୃଷ୍ଟି ଏହା ଉପରେ ପଡିବାକୁ ଆରମ୍ଭ ହେଲାଣି। 

Ad..


ଏହି ପର୍ଯ୍ୟଟନ ସ୍ଥଳ, ପ୍ରାକୃତିକ ଜଙ୍ଗଲ ଏବଂ ବନ୍ୟ ପ୍ରାଣୀଙ୍କର  ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଧନ ପର୍ବତ ଅଞ୍ଚଳକୁ ବାୟୋ ଡାଇଭରସିଟି ଅଞ୍ଚଳ ଘୋଷଣା ସହିତ ଏଠାରେ ଏକ ଜଙ୍ଗଲ ସଫାରୀ ସ୍ଥାପନ କରିବା ଦ୍ୱାରା ଏ ଅଞ୍ଚଳର ପର୍ଯ୍ୟଟନର ବିକାଶ ହେବା ସହିତ  କର୍ମନିଯୁକ୍ତି ସୃଷ୍ଟି ହେବ ଫଳରେ ବେକାରୀ ସମସ୍ୟା ଦୂର ହୋଇ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ନାଗରିକ କମିଟି ସମ୍ପାଦକ ତଥା ପ୍ରକୃତି ପ୍ରେମୀ ଅଜିତ ଶତପଥୀ ଆଜି ଅଞ୍ଚଳ ମହାବିଦ୍ୟାଳୟରେ ଚାଲିଥିବା ବନ୍ୟପ୍ରାଣୀ ପାଳନ ସପ୍ତାହ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post