କୃଷକ ନେତା ରମେଶ ମହାପାତ୍ର ଙ୍କୁ ନୈତିକ ସମର୍ଥନ ଜଣାଇଲେ ପୂର୍ବତନ ବିଧାୟକ...

କୃଷକ ନେତା ରମେଶ ମହାପାତ୍ର ଙ୍କୁ ନୈତିକ ସମର୍ଥନ ଜଣାଇଲେ  ପୂର୍ବତନ ବିଧାୟକ...


ବରଗଡ଼,୦୬/୧୦ :  କୃଷି ଓ କୃଷକ ଙ୍କ ହକ ପାଇଁ ଲଢ଼ୁଥିବା କୃଷକ ନେତା ରମେଶ ମହାପାତ୍ର ଙ୍କ ବାସ ଭବନ କୁ ଯାଇ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ନୈତିକ ସମର୍ଥନ ଜଣାଇଥିଲେ।

          Ad..


ଏହି ଅବସର ରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଓ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କ ହକ ପାଇ ଲଢେଇ କରିଥିବା ଚାଷୀ ନେତା ଙ୍କ ବିରୁଦ୍ଧ ରେ ବିଭିନ୍ନ ଅପରାଧିକ ମାମଲା ଦାୟର କରାଯାଇ ଆନ୍ଦୋଳନ କୁ ଚପାଇ ଦେବାର ଉଦ୍ୟମ କୁ ଦୃଢ଼ ନିନ୍ଦା କରିଥିଲେ। 

Ad..


ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଚାଷୀ ନେତା ଶ୍ରୀ ମହାପାତ୍ର ଙ୍କ ନାମରେ ଲଗାଯାଇଥିବା ବିଭିନ୍ନ ଅପରାଧିକ ଦଫା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉଲ୍ଲେଖ କରି ଗଣ ତାନ୍ତ୍ରିକ ପଦ୍ଧତି ରେ ଜନ ସାଧାରଣ ଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବାର ପୂର୍ଣ୍ଣ ଅଧିକାର ଅଛି।

Ad..


ଜନ ଆନ୍ଦୋଳନ କୁ ଚପାଇ ଦେବା ପାଇଁ ଚାଷୀ ନେତା ଶ୍ର ମହାପାତ୍ର ଙ୍କୁ ଜଣେ ବୃତ୍ତିଗତ ଅପରାଧୀ ଭଳି ଚିତ୍ରିତ କରି ତାଙ୍କ ନାମରେ ଦଫା ଲଗାଯିବା ଘଟଣା ଦୁର୍ଭାଗ୍ୟ ଜନକ ବୋଲି ଉଲ୍ଲେଖ କରି ସ୍ମାର୍ଟ ମିଟର ବାବଦରେ ସରକାର ତୁରନ୍ତ ସ୍ପଷ୍ଟି କରଣ ଦେଇ ଜନ ସାଧାରଣ ଙ୍କ ବିଶ୍ବାସ ଭାଜନ ହେବା ଉଚିତ୍ ଓ ନିର୍ବାଚନ ସମୟ ରେ ୩ ଶହ ୟୁନିଟ ବିଜୁଳି ମାଗଣା ଦେବା କଥା କହି କ୍ଷମତା କୁ ଆସିଥିବା ଭାଜପା ସରକାର ତୁରନ୍ତ ନିଜ ପ୍ରତିଶ୍ରୁତି ପୁରଣ କରନ୍ତୁ ଓ ଚାଷୀ ନେତା ଶ୍ରୀ ମହାପାତ୍ର ଙ୍କ ନାମରେ ଲଗାଯାଇଥିବା ସମସ୍ତ ଅପରାଧିକ ଦଫା ତୁରନ୍ତ  ପ୍ରତ୍ୟାହାର କରନ୍ତୁ ନ ହେଲେ ଆଗାମୀ ଦିନ ରେ ବିଜୁ ଜନତା ଦଳ ସରକାର ଙ୍କ ବିରୁଦ୍ଧ ରେ ରାଜ ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post