ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଂଗେଇ କୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନିତ...
ଅମ୍ବାଭୋନା,୦୬/୧୦ : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରଠାରେ ସତୁରୀ ତମ ବନ୍ଯପ୍ରାଣୀ ସପ୍ତାହ - ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି।
Ad..
ଏଥିରେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ସଭାପତିତ୍ବ କରିଥିବାବେଳେ ମୁଖ୍ଯଅତିଥି ଭାବେ ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇଥିଲେ। ମୁଖ୍ଯବକ୍ତା ଭାବରେ ପ୍ରଫେସର କେଶରଞ୍ଜନ ପଧାନ ଯୋଗ ଦେଇ ଜଙ୍ଗଲ ଓ ବନ୍ଯଜନ୍ତୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।
Ad..
ଏହି ଅବସରରେ ଅମ୍ବାଭୋନାବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଗଙ୍ଗେଇକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ କୁମାର ଭୁଏ ଏହି ସମ୍ମାନ ଗ୍ରହଣ କରିଥିଲେ।
Ad..
ବନ ମହୋତ୍ସବ, ପରିବେଶ ସୁରକ୍ଷା ଦିବସ, ସ୍ବଚ୍ଛତା ଦିବସ, ବୃକ୍ଷ ରୋପଣ, ସଚେତନତା କାର୍ଯ୍ୟକ୍ରମ, ଗଙ୍ଗେଇ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟୀର ସହୃଦୟ ସହଯୋଗ, ବନ ବିଭାଗ ସହ ମିଶି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବାରୁ ଜଙ୍ଗଲ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ଓ ଚେକ୍ ବନଖଣ୍ଡ ଅଧିକାରୀ, ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇର ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି।
ଏହି କୃତିପାଇଁ ଅନେକ ପରିବେଶବିତ, ପ୍ରକୃତି ବନ୍ଧୁ, ପରିବେଶ ପ୍ରେମୀ, ବିଭିନ୍ନ ପଦାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀଦିନରେ ବିଦ୍ୟାଳୟ ପରିବେଶ ସୁରକ୍ଷା ଦିଗରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକରିବା, ଜଙ୍ଗଲ ପୋଡି ରୋକିବା, ଜୈବ ସନ୍ତୁଳନ ସଭା, ବ୍ଯାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂକଳ୍ପ ନେଇଥିବା କଥା ପ୍ରଧାନ ଶିକ୍ଷକ ଶ୍ରୀମାନ ଭୁଏ ପ୍ରକାଶ କରିଛନ୍ତି ଏବଂ ଜିଲ୍ଲା ବନ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Report : Bijay ku sahu
Edited by k.s thakur...




