ପଦ୍ମପୁର ଠାରେ ୭୦ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ...
ବରଗଡ଼/ପଦ୍ମପୁର,୦୬/୧୦ : ବରଗଡ ଜିଲ୍ଲା ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଠାରେ ୭୦ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳନ ହୋଇ ଯାଇଅଛି।
Ad..
ପଦ୍ମପୁର ବନାଞ୍ଚଳ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା...
Ad..
ଏବଂ ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ଯୋଗ ଦେଇ ମଣିଷ ଏବଂ ଜୀବ ଜନ୍ତୁ ଙ୍କ ସହ ଜଙ୍ଗଲ ର ସମ୍ପର୍କ ଓ ଜଙ୍ଗଲ ପରିବେଶ ର ଉପାଦେୟତା ବିଷୟରେ ବୁଝେଇ ଥିଲେ।
Ad..
ଏହା ସହ ବିଭିର୍ଣ୍ଣ ଅଂଚଳରୁ ଆସିଥିବା ପ୍ରକୃତି ସାଥି ଏବଂ ପ୍ରକୃତି ମିତ୍ର ଏବଂ ଜିଲ୍ଲା ବନ ବିଭାଗ ତରଫରୁ ରାଜ୍ୟସ୍ତର ରେ ବିଭିର୍ଣ୍ଣ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ବନ କର୍ମଚାରୀ ଙ୍କୁ ସମ୍ମାନିତ କରାଯଇଥିଲା। ବରଗଡ଼ ଜିଲ୍ଲା ର ସମସ୍ତ ଅଂଚଳ ଓ ଗନ୍ଧମାର୍ଦ୍ଦନ, ବାରପାହାଡ, ଡେବ୍ରିଗଡ ପ୍ରଭୃତି ଅଂଚଳ ରୁ ପରିବେଶ ପ୍ରେମୀମାନେ ଯୋଗଦାନ ଦେଇଥିଲେ।
Report : Bijay ku sahu
Edited by k.s thakur...




