ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼,୦୬/୧୦ : ଗତ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସିଥିବା ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୬ ବର୍ଷ ରେ ପଦାର୍ପଣ କରିଅଛି।
Ad..
ଏହି ପରିପ୍ରେକ୍ଷିରେ ଆଜି ୦୫.୧୦.୨୦୨୪-ରବିବାର ଦିନ ସ୍ଥାନୀୟ ୟୁଥ୍ ଏସୋସିଏସନ୍ ର ସଭାପତି ରାକେଶ ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂଜାର କାର୍ଯ୍ୟକ୍ରମ ଯାହାକି ଆସନ୍ତା ଅକ୍ଟୋବର ୧୬ ରୁ ୧୮ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ ବିଷଯରେ ଆଲୋଚନା ହେଲା।
Ad..
ଚଳିତ ବର୍ଷ କାହାରି ଠାରୁ କୈାଣସି ପ୍ରକାର ଚାନ୍ଦା ଆଦାୟ କରାଯିବ ନାହିଁ । କିନ୍ତୁ ଯେଉଁ ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ଚାହିଁବେ ରସିଦ ନେଇ ସହଯୋଗ ରାଶି ଦେଇପାରିବେ।
Ad..
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସତ୍ୟ ନାରାୟଣ ପଣ୍ଡା, ମନୋରଞ୍ଜନ ପୂଜାରୀ,କ୍ଷିରେନ୍ଦ୍ର ନାୟକ,ଭୁବନ ଭୋଇ,ତୁଳସୀ ଚରଣ ଦାଶ,ସୁଶାନ୍ତ ତ୍ରୀପାଠି ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବିକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




