ସର୍ବ ଭାରତୀୟ ସ୍ତରରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ...

ସର୍ବ ଭାରତୀୟ ସ୍ତରରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ...


କଣ୍ଟାବାଞ୍ଜି,୦୬/୧୦ : ରାଜସ୍ଥାନ ରାଜ୍ୟର ଅଗ୍ରଣୀ ଶିଶୁ ସାହିତ୍ୟ ପତ୍ରିକା ବାଲ ବାଟିକାର  ପଚିଶ ତମ ରାଷ୍ଟ୍ରୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ  ଅକ୍ଟୋବର ମାସ ପାଞ୍ଚ ଓ ଛଅ ତାରିଖ ଦୁଇଦିନ ଧରି ଭିଲବାଡା ଜିଲ୍ଲାର ଗୁଲାବପୁରାସ୍ଥିତ ସୁମିତ୍ରା ପେଲେସର ସଭା କକ୍ଷରେ ଅନୁଷ୍ଠିତ ହୋଇଥିଲା।

            Ad..


ଏହି ସମାରୋହରେ ସତର ଗୋଟି ରାଜ୍ୟର ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ।ଓଡିଶାରୁ ନିର୍ଝରିଣୀ, କଣ୍ଟିବାଞ୍ଜିର ସମ୍ପାଦକ ତଥା ସଂଘଠକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ଓ ତାଙ୍କ ପତ୍ନୀ ମମତା ପଣ୍ଡା ଯୋଗ ଦେଇଥିଲେ।

Ad..


ଏହି ଅବସରରେ  ଶ୍ରୀ  ଦାଶଙ୍କ ନିରନ୍ତର ଶିଶୁ ସାହିତ୍ୟ ସାଧନା, ସଂଗଠନ ଓ ପତ୍ରିକା ପ୍ରକାଶନ ପାଇଁ ତାଙ୍କୁ ଜନକବି ମୋହନ ମେଣ୍ଡେଲା ସ୍ମୃତି ରାଷ୍ଟ୍ରୀୟ ବାଲବାଟିକା ସୃଜନ ସମ୍ମାନରେ  ସମ୍ବର୍ଦ୍ଧିତ କରିବା ସହିତ ଉପଢୌକନ, ପ୍ରମାଣପତ୍ର ଓ ପାଞ୍ଚ ହଜାର ଏକଶତ ଳଗଦ ରାଶି ପ୍ରଦାନ କରାଯାଇଥିଲା।

Ad..


ସମ୍ବର୍ଦ୍ଧନା ସଭାରେ ବାଲବାଟିକାର ସମ୍ପାଦକ ଡ.ଭେରୁଁଲାଲ ଗର୍ଗ,ସହ ସମ୍ପାଦକ ରେଖା ଲୋଢା,ସୌତନ୍ୟ ସମ୍ପାଦକ ବିରେନ୍ଦ୍ର ଲୋଢା ଆଦି ଉପସ୍ଥିତ ଥିଲେ।ଏହି ଖବର ଜାଣିବା ପରେ ନିର୍ଝରିଣୀର   ସଭାପତି ରାମଚନ୍ଦ୍ର ସାହୁ,ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡ.ଯୂଗଳ କିଶୋର ଷଡ଼ଙ୍ଗୀ ତଥା ସାହିତ୍ୟିକ ଓ ବୁଦ୍ଧିଜୀବୀ  ଶୁଭେଚ୍ଛା ଜଣାଇଛନ୍ତି।





Edited by k.s thakur...



1 Comments

Previous Post Next Post