ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଦ୍ୱାରି ଗ୍ରାମ ପରିଦର୍ଶନ...

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଦ୍ୱାରି ଗ୍ରାମ ପରିଦର୍ଶନ...


ବରଗଡ଼,୦୬/୧୦ : ମୁଖ୍ୟ ଜିଲ୍ଲା ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ବରଗଡ଼ ଙ୍କ ନିର୍ଦେଶ କ୍ରମେ  ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଡିସି ) ଜୟପାଳ ସେନାପତି ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଦଳ ଅମ୍ବାଭୋନା ବ୍ଲକ ର ଦ୍ୱାରି ଗ୍ରାମ କୁ ଆସି ଝାଡା ବାନ୍ତି ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। 

Ad..


ଗ୍ରାମ ରେ ଘର କୁ ଘର ବୁଲି ରୋଗୀଙ୍କୁ ତଥା ପରିବାର ସଦସ୍ୟ ଙ୍କୁ ଗରମ ଫୁଟା ପାଣି କୁ ଥଣ୍ଡା କରି  କ୍ଲୋରିନ ବଟିକା ପକାଇ ପାନୀୟ ରୂପେ ବ୍ୟବହାର କରିବାକୁ ଶ୍ରୀ ସେନାପତି ପରାମର୍ଶ ଦେଇଥିଲେ। ଉକ୍ତ ଦଳ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଲାବୋରା୍ଟୋରୀ କୁ ପଠାଇଥିଲେ।

Ad..


ଉକ୍ତ ଦଳ ରେ ଜିଲ୍ଲା ଏପିଡେମିଓଲୋଜିଷ୍ଟ  ଡା. ସତୀଶ କୁମାର ନାଏକ, ମାଇକ୍ରୋବାଇଲୋଜିଷ୍ଟ ମାଡାମ ଥିବା ବେଳେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ପଟେଲ, ସୁପରଭାଇଜର ଶ୍ରୀ ଗୋବିନ୍ଦ ପଧାନ ଙ୍କ ସହିତ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଯୁକ୍ତା ଷଡ଼ଙ୍ଗୀ, ସି ଏଚ ଓ ପୁଷ୍ପା ଓରାମ, ଆଶା କର୍ମୀ ରୁକ୍ମିଣୀ ପ୍ରଧାନ,ଉର୍ମିଳା ମହାକୁଡ଼ ଏବଂ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post