ଆମ୍ବେଦକର ଯୁବକ ସଂଘ ର ନୂଆଁଖାଇ ଭେଟଘାଟ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ...
ବରଗଡ଼/ପଦ୍ମପୁର,୦୭/୧୦ : ପ୍ରତିବର୍ଷ ଭଲି ଏଥର ମଧ୍ୟ ଆସନ୍ତା ୨୦ ତାରିଖ ବରଗଡ ଜିଲ୍ଲା ପଦ୍ମପୁର ଫଟାମୁଣ୍ଡା ଆମ୍ୱେଦକର ଯୁବକ ସଂଘ ତରଫରୁ ହେବାକୁ ଥିବା ନୁଆଁଖାଇ ଭେଟଘାଟ ଉପଲକ୍ଷେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି।
Ad..
ପିଠା କାର୍ଯ୍ୟକ୍ରମ, ମ୍ୟୁଜିକଚେୟାର, ଚାଂମଚ ବ୍ୟାଲାନ୍ସ, ସୁଜିସୁତା ରେସ, ମଠିଆ ଫଟା, ସଂଗୀତ, ରଙ୍ଗୋଲି, ହୁଳହୁଳି, ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥିବା ପିଠା ପ୍ରତିଯୋଗିତା ରେ ସ୍ଥାନୀୟ ଅଂଚଳର ଗଣାଘାଟେନ ସ୍ୱୟଂ ସହାୟିକା ଗୋଷ୍ଠୀ ,ମା ସମଲେଇ ସ୍ୱୟଂ ସହାୟିକା ଗୋଷ୍ଠୀ ,ଝାନ୍ସୀ ରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ,ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟିକା ଗୋଷ୍ଠୀ ,ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ,ଜୟ ମା ଲଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ୬ ଗୋଟି ସ୍ୱୟଂ ସହାୟୀକା ଗୋଷ୍ଠି ର ମାଁ ମାନେ ଯୋଗ ଦେଇ ଥିଲେ।
Ad..
ପିଠା ପ୍ରତିଯୋଗିତା ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସୁଲେଖା ପଣ୍ଡିତ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରିଥିବା ବେଳେ ବିଚାରକ ଭାବରେ ପଦ୍ମପୁର ମିଲେଟ ମିଶନ ରୁ ଅନୁପମା ପ୍ରଧାନ ପ୍ରସନ୍ନା ନାଥ, ମନୋଜ ପ୍ରଧାନ, ଉମେଶ ସୁନା ପ୍ରମୁଖ ଯୋଗଦାନ ଦେଇ ପ୍ରତିଯୋଗିତା ର ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଚୟନ କରିଥିଲେ ।
Ad..
ଏହାସହ ଶତାଧିକ ମହିଳା , ମାଁ, ଭଉଣୀ ମାନଙ୍କୁ ନେଇ ଅନ୍ୟ ସମସ୍ତ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ଏଥିରେ ଆଶିଷ ବୈକାର, ଅଞ୍ଜଳି ପରିଡା, ସୋନାଳିକା ଶବର ପରିଚାଲନା କରିଥିବା ବେଳେ ଆୟୋଜକ କ୍ଳବର ସଭାପତି ତଥା ସାମ୍ବାଦିକ ଗୋପବନ୍ଧୁ ଶିକା ଙ୍କ ନେତୃତ୍ୱ ରେ ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବା ବେଳେ କ୍ଳବର ଶଶୀ, ନାରଦ, ରଙ୍ଗା ଧର, ରାଜେଶ, ହିମାଞ୍ଚଲ, ଦୁସାସନ, ବଣ୍ଟି, ସନ୍ତୋଷ, ତ୍ରିଲୋଚନ, ରଜନୀ ରାହୁଲ, ବିକ୍ରମ ପ୍ରଧାନ ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିବା ବେଳେ ଅଶୋକ ମେହେର ଧନ୍ୟବାଦ ଦେଇଥିଲେ।
ଆସନ୍ତା ୨୦ ତାରିଖ ବରିକେଲ ପଞ୍ଚାୟତ ର ଫଟାମୁଣ୍ଡା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସମସ୍ତ ବିଜେତା ପ୍ରତିଯୋଗୀ ମା, ଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
Report : Bijay ku sahu
Edited by k.s thakur...




