ବନ୍ୟପ୍ରାଣୀ ସପ୍ତାହ ଅବସରରେ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ ପ୍ରାପ୍ତ ଲିଜି ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ...
ପଦ୍ମପୁର,୦୭/୧୦ :ବରଗଡ ବନଖଣ୍ଡ ପକ୍ଷରୁ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ବରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଲିତ ହୋଇଯାଇଛି।
Ad..
ଏଥିରେ ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର କୁନାଲ ମୋତିରାମ ଚୌହାନ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ,କଲେଜ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡା ସମ୍ମାନୀତ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧ୍ୟାପକ କେଶରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ।
Ad..
ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ଅଧ୍ୟାପକ ସରୋଜ ନାଏକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ।
Ad..
ଏହି ଅବସରରେ ଅନୁଗୁଳ ସ୍ଥିତ ଓଡିଶା ବନରାଜିକ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍-ଥ୍ରୋ ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ଯ ପଦକ ହାସଲ କରିଥିବା ପଦ୍ମପୁର ରେଞ୍ଜରେ କାର୍ଯ୍ଯରତ ବନରକ୍ଷୀ ଲିଜି ମହାପାତ୍ର ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ, ଉପଢୌକନ ଏବଂ ଏକ ବୃକ୍ଷଦେଇ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି ଜୋନାଲ ଫରେଷ୍ଟ ସ୍ପୋର୍ଟସ ରେ କୃତିତ୍ବ ହାସଲ କରିଥିବା ସୁପ୍ରିୟା ଭୋଇ, ଅଭିଷେକ ସାହୁ ଏବଂ ପୃଥିରାଜ ଭୋଇଙ୍କୁ ମଧ୍ୟ ମଞ୍ଚାସିନ ଅତିଥି ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ସହକାରୀ ବନ ସଂରକ୍ଷକ ଡ ହରମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




