ଭୁକ୍ତା ରେ ଶାରଦୀୟ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ସମାରୋହ...

ଭୁକ୍ତା ରେ ଶାରଦୀୟ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ସମାରୋହ...


ଅମ୍ବାଭୋନା,୦୬/୧୦ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଧୀନସ୍ଥ ଭୁକ୍ତା ଠାରେ ବହୁ ଧୁମ ଧାମ ରେ ଆଗେଇ ଚାଲିଛି ଶାରଦୀୟ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ସମାରୋହ। ଏହି ଅବସରରେ ବସଷ୍ଟାଣ୍ଡ ସ୍ଥିତ ମଣ୍ଡପରେ ନଅଟି ଭିନ୍ନ ଭିନ୍ନ ବେଶରେ ମା ଜଗତ ଜନନୀ ଦଶଭୁଜା ଦୁର୍ଗା ଙ୍କ ମେଢ଼ ତିଆରି ହୋଇ ପୂଜା ପାଉଛି। 

Ad..


ପ୍ରଥମ ଦିବସ ରେ ସମ୍ପ୍ରଦା ଦଳ ଏକ ଭବ୍ୟ କଲସ ଶୋଭା ଯାତ୍ରା ରେ ଗ୍ରାମ ର ମହାଦେବ ମନ୍ଦିର ଠାରୁ କଳସୀ ରେ ପାଣି ଆଣି ପୂଜା ମଣ୍ଡପ ରେ ସ୍ଥାପନା କରିଥିଲେ। ଏହି ଅବସରରେ ଭଟଲି ଯୁବ ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ ସାମିଲ ହୋଇ ମାଆ ଙ୍କ ସାନିଧ୍ୟ ଲାଭ କରିଥିଲେ। 

Ad..


ପଣ୍ଡିତ ଗୌରାଙ୍ଗ ଚରଣ ମିଶ୍ର ମୁଖ୍ୟ ପୂଜକଭାବରେ ଏବଂ ଅଶୋକ ମହାପାତ୍ର କୃତିବାସ ମିଶ୍ର, ବୈକୁଣ୍ଠ ଦାସ, ପ୍ରଦୀପ ଦାସ ପ୍ରମୁଖ ସହଯୋଗୀ ପଣ୍ଡିତ ଭାବରେ ପୂଜାଅର୍ଚ୍ଚନା କରୁଛନ୍ତି। ନିତ୍ୟାନନ୍ଦ ମହାପାତ୍ର ଓ ପୂର୍ଣ୍ଣାନନ୍ଦ ମହାପାତ୍ର ଶଙ୍ଖ ଘଣ୍ଟ ରେ ସହଯୋଗୀତା କରୁଛନ୍ତି। 

Ad..


ସାସ୍କୃତିକ କାର୍ଯ୍ୟକ୍ରମ ରେ ରଙ୍ଗରଙ୍ଗ ନୃତ୍ୟ ପ୍ରତିଯୋଗିତା ଅପେରା ମହିଳା କୀର୍ତ୍ତନଧାରା, ରାମଲୀଳା ଆଦି ପର୍ଯ୍ୟାୟ କ୍ରମେ ମନୋରଞ୍ଜନ ର ଖୋରାକ ଯୋଗାଉଛି। ୧୯୭୧ ମସିହା ଠାରୁ ଲଗାତାର ଭାବେ ଭୁକ୍ତା ବସଷ୍ଟାଣ୍ଡ ସ୍ଥିତ ଦୁର୍ଗାମଣ୍ଡପ ରେ ସାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି। ଲଗଡାଉନ କାରଣରୁ ଭୁକ୍ତା ରେ ୨୦୨୦ ମସିହା ରୁ ସୁବର୍ଣ୍ଣଜୟନ୍ତୀ ସମାରୋହ ହୋଇପାରି ନ ଥିଲା। 

ଚଳିତ ବର୍ଷ ଉତ୍ସାହ ଓ ଉଦ୍ଦୀପନା ର ସହ ନବରାତ୍ର ପୂଜା ଆରମ୍ଭ ହୋଇଛି। ମା ଜଗତଜନନୀ ଦୁର୍ଗା ଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମାଣ୍ଡ, ସୁନ୍ଦମାତା, କାତ୍ୟାୟିନୀ, କାଳରାତ୍ରୀ, ସିଦ୍ଧିଦାତ୍ରୀ, ମହାଗୌରୀ ଆଦି ବେଶ ରେ ପୂଜାବିଧି ଅନୁଯାୟୀ ପୂଜାର୍ଚନା କରାଯିବାକୁ ଦୁର୍ଗାପୂଜାର ସୁବର୍ଣ୍ଣଜୟନ୍ତୀ କମିଟି ପ୍ରକାଶ କରିଛନ୍ତି। ଭୁକ୍ତା ଗ୍ରାମର ଗୌନ୍ତିଆ ରାମ କୁମାର ପଟେଲ ସପତ୍ନୀକ କର୍ତ୍ତା ଦାୟୀତ୍ୱ ତୁଳାଉଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post