ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟ ର ପାରମ୍ପରିକ ନୃତ୍ୟ ଗରବା ଭବ୍ୟ କାର୍ଯ୍ୟକ୍ରମ...
ବଙ୍ଗୋମୁଣ୍ଡା,୦୮/୧୦ : ପବିତ୍ର ନବରାତ୍ରୀ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ମାରୱାଡ଼ି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ ୨ ଦିନିଆ ଗୁଜରାଟ ର ପାରମ୍ପରିକ ନୃତ୍ୟ ଗରବା ର ଭବ୍ୟ ଆୟୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଯେଉଁଥିରେ ସମାଜ ର ଉଭୟ ମହିଳା ଓ ପୁରୁଷ ମାନେ ପାରମ୍ପରିକ ବେଶ ପରିଧାନ କରି ଗରବା ନୃତ୍ୟ କରିଥିଲେ।ସମସ୍ତଙ୍କ ପାଇଁ ବିଭିନ୍ନ ପୁରସ୍କାର ର ବ୍ୟବସ୍ଥା କରାଯାଇଥିଲା।
Ad..
କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଅତିରିକ୍ତ ତହସିଲଦାର ରାକେଶ ଅଗ୍ରୱାଲ,ଅଗ୍ରୱାଲ ସଭା ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ,ସଚିବ ପବନ ଜୈନ,ମାରବାଡି ଯୁବା ମଞ୍ଚ ଅଧ୍ୟକ୍ଷ କାହ୍ନ ଅଗ୍ରୱାଲ,ସଚିବ ସଙ୍ଗମ ଜୈନ ପ୍ରମୁଖ ଏହି କାର୍ଯ୍ୟକ୍ରମ ସାମିଲ ହୋଇ ଉତ୍ସାହିତ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୁମିତ ଜୈନ ତଥା ସୁଜିତ ଗର୍ଗ ମଞ୍ଚ ପରିଚାଳନା କରିଥିଲେ। ଆୟୋଜକ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...




