ଦେବଦତ୍ତ କ୍ଳବ କୁ ପ୍ରକୃତି ମିତ୍ର ପୁରସ୍କାର...

ଦେବଦତ୍ତ କ୍ଳବ କୁ ପ୍ରକୃତି ମିତ୍ର ପୁରସ୍କାର...    


            
ପଦ୍ମପୁର,୦୭/୧୦ : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ୭୦ ତମ ବନ୍ଯପ୍ରାଣୀ ସପ୍ତାହ  ବରଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। 

Ad..


ଏଥିରେ  ମୁଖ୍ଯଅତିଥି ଭାବେ ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ମୋହନ ପଣ୍ଡା ଓ ମୁଖ୍ଯବକ୍ତା ଭାବରେ ପ୍ରଫେସର କେଶରଞ୍ଜନ ପଧାନ ଯୋଗ ଦେଇ ଜଙ୍ଗଲ ଓ ବନ୍ଯଜନ୍ତୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। 

Ad..


ଏହି ଅବସରରେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୭ ଜଣ ପ୍ରକୃତି ବନ୍ଧୁ ଓ ୮ ଗୋଟି ପ୍ରକୃତି ମିତ୍ର ପୁରସ୍କାର ପାଇଁ ବିବେଚିତ ହୋଇଥିବା ଅନୁଷ୍ଠାନ କୁ ଅତିଥି ମାନେ ସମ୍ମାନିତ କରିଥିବା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ କୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଛି। 

Ad..


କ୍ଲବ ପକ୍ଷରୁ ସୁଶାନ୍ତ ପଣ୍ଡାଏହି ସମ୍ମାନ ଗ୍ରହଣ କରିଥିଲେ। ତେବେ ଦେବଦତ୍ତ କ୍ଲବ ୧୯୯୨ ମସିହାରୁ ନିରନ୍ତର ଭାବରେ ବନ ମହୋତ୍ସବ, ପରିବେଶ ସୁରକ୍ଷା ଦିବସ, ସ୍ବଚ୍ଛତା ଦିବସ, ବୃକ୍ଷ ରୋପଣ, ଜଙ୍ଗଲରେ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ, ଗ୍ରାମ୍ୟ ଜଙ୍ଗଲ ପରିଚାଳନା କମିଟି ମାଧ୍ୟମରେ ବିଭିନ୍ନ ପ୍ରକାର ସହଯୋଗ, ବନ ବିଭାଗ ସହ ମିଶି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବାରୁ ଜଙ୍ଗଲ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ଓ ଚେକ୍ ବନଖଣ୍ଡ ଅଧିକାରୀ ଦେବଦତ୍ତ କ୍ଲବ କୁ ପ୍ରଦାନ କରିଛନ୍ତି। 

ଏହି କୃତିପାଇଁ ଅନେକ ପରିବେଶବିତ, ପ୍ରକୃତି ବନ୍ଧୁ, ପରିବେଶ ପ୍ରେମୀ, ବିଭିନ୍ନ ପଦାଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀଦିନରେ ଦେବଦତ୍ତ କ୍ଲବ ପରିବେଶ ସୁରକ୍ଷା ଦିଗରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକରିବା, ଜଙ୍ଗଲ ରେ ନିଆଁ ନିରାକରଣ ରୋକିବା, ଜୈବ ସନ୍ତୁଳନ ସଭା, ବ୍ଯାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂକଳ୍ପ ନେଇଥିବା କଥା ଶ୍ରୀଯୁକ୍ତ ସୁଶାନ୍ତ ପଣ୍ଡା ପ୍ରକାଶ କରିଥିବା ବେଳେ  ଜିଲ୍ଲା ବନ ବିଭାଗର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ  ଧନ୍ୟବାଦ ଅର୍ପଣ କରିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post