ବରଗଡ଼ରେ ଆଦର୍ଶ କୃଷି ସମ୍ବନ୍ଧୀୟ କୃଷକ ସମ୍ମିଳନୀ ଅନୁଷ୍ଠିତ...
ବରଗଡ଼,୦୭/୧୦ : କୃଷି କ୍ଷେତ୍ରରେ ଦେଖା ଦେଉଥିବା ସଙ୍କଟ ଓ ଏହାର ନିରାକରଣ ସମ୍ବନ୍ଧୀୟ ଆଦର୍ଶ କୃଷି ବ୍ୟବସ୍ଥା ଉପରେ ଏକ କୃଷକ ସମ୍ମିଳନୀ ରବିବାର ବରଗଡ଼ ଗୋବିନ୍ଦପାଲି ପଲ୍ଲଵ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି।
Ad..
ଆନନ୍ଦ କଲ୍ୟାଣୀ ମାଷ୍ଟର ୟୁନିଟ ଆନନ୍ଦମାର୍ଗ ପ୍ରଚାରକ ସଂଘ, ବିଜେପୁର ଶାଖା ବରଗଡ଼ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମହାନ ଦାର୍ଶନୀକ ତଥା ସମାଜ ଗୁରୁ ଶ୍ରୀ ପ୍ରଭାତ ରଞ୍ଜନ ସରକାରଙ୍କ ପ୍ରଦତ୍ତ ଆଦର୍ଶ କୃଷି ବ୍ୟବସ୍ଥା ଏବଂ ବହୁମୁଖି ଗ୍ରାମବିକାଶ ଯୋଜନା ବିଷୟ ଆଲୋଚନା ହୋଇଥିଲା।
Ad..
ଏଥିରେ ବିଶିଷ୍ଟ କୃଷି ବିଶେଷଜ୍ଞ ଓ ସମାଜବିତ ମାନେ ଯୋଗ ଦେଇ ବିସ୍ତାର ଭାବେ କୃଷି ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲାରେ କର୍କଟ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହାର ମୁଖ୍ୟ କାରଣ ମଧ୍ୟରୁ ଅତ୍ୟଧିକ ବ୍ୟବହାର ହେଉଥିବା ରାସାୟନିକ ସାର ଓ କୀଟ ନାଶକ ଅନ୍ୟତମ ତେଣୁ ଏହାକୁ ପ୍ରତିହତ କରିବା ପାଇଁ ବିଷମୁକ୍ତ ଚାଷ ଆଦର୍ଶ କୃଷି କୁ ପ୍ରୋତ୍ସାହନ ଦେବାର ସମୟ ଆସିଛି ବୋଲି ଅନେକ ବକ୍ତା ମତ ରଖିଥିଲେ।
Ad..
ମୁଖ୍ୟ ବକ୍ତା ଭାବେ ଦିଲ୍ଲୀରୁ ଆଚାର୍ଯ୍ୟ ଧର୍ମବୀରାନନ୍ଦ ଅବଧୂତ ଯୋଗ ଦେଇଥିଲେ , ଆନନ୍ଦ କୋଶଳ ମାଷ୍ଟର ୟୁନିଟ ଉନ୍ନୟନ କମିଟି ପଂଚାର, ସୁନ୍ଦରଗଡ ତଥା ମହାସଚିବ କୋଶଲ ସମାଜର ଦିଲ୍ଲୀପ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ଏହି ସମ୍ମିଳନୀ ରେ କୃଷକ ସଂଗଠନ ର ଲିଙ୍ଗରାଜ, ଜୈବିକ କୃଷି ପୁରୋଧା ସୁଦାମ ସାହୁ ଓ ଅନେକ ଚାଷୀ ମାନେ ଯୋଗଦେଇ ଥିଲେ। ଆୟୋଜିକା ଅବଧୂତିକା ଆନନ୍ଦ ଅଦ୍ଵେୟା ଆଚାର୍ଯ୍ୟା,ମହିଳା ବିଭାଗ ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Report : Bijay ku sahu
Edited by k.s thakur...




