ଜର୍ଜ ଉଚ୍ଚ ବିଦ୍ୟାଳୟରେ ରୋହିତ ମାଝୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା...

ଜର୍ଜ ଉଚ୍ଚ ବିଦ୍ୟାଳୟରେ ରୋହିତ ମାଝୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା...
ବରଗଡ଼, ୨୨/୧୦ : ବରଗଡ଼  ଜର୍ଜ ଉଚ୍ଚ ବିଦ୍ୟାଳୟ  ର ଦଶମ ଶ୍ରେଣୀ ର ଛାତ୍ର ଶ୍ରୀ ରୋହିତ ମାଝୀ ସ୍କୁଲ ଗେମ୍ସ୍  ଫେଡେରେଶନ୍ ଅଫ୍ ଇଣ୍ଡିଆ ତରଫରୁ ପୁରୀ ଜିଲ୍ଲା ସ୍କୁଲରେ ହୋଇଥିବା ଅଣ୍ଡର୍ ୧୭ ତାଇକ୍ବୋଣ୍ଡୋ  ( Under 17 Taekwondo) ଇଭେଣ୍ଟ୍ ରେ ସ୍ବର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । 
Ad..
ସେ ଜାତୀୟ ସ୍ତରକୁ ଉନ୍ନୀତ ହୋଇ ମଧ୍ୟପ୍ରଦେଶରେ ହେବାକୁ ଥିବା ଜାତୀୟ ଇଭେଣ୍ଟ୍ ରେ ଯୋଗଦାନ କରିବେ । ପୁରୀ ଜିଲ୍ଲା ସ୍କୁଲରୁ ଫେରିବା ପରେ ଆଜି ତା ୨୧.୧୦.୨୦୨୪ ସୋମବାର ପୂର୍ବାହ୍ନ ରେ ଶ୍ରୀ ରୋହିତ ମାଝୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। 

ଉକ୍ତ ସମ୍ବର୍ଦ୍ଧନା ସଭାରେ ବ୍ଲକ୍ ଶିକ୍ଷାଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ଶ୍ରୀଯୁକ୍ତ ରୋହିତ ମାଝୀଙ୍କୁ ଉତ୍ସାହିତ କରିବା ସହିତ ପିଲାମାନଙ୍କୁ ଏହି ଭଳି କୃତିତ୍ୱ ର ଅଧିକାରୀ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । 

ଉକ୍ତ ସମ୍ବର୍ଦ୍ଧନା ସଭା କୁ ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀ ହରିଶ ପାତ୍ର, ଶ୍ରୀମତୀ ପଦ୍ମଜା ପତି, ଶ୍ରୀମତୀ ସଞ୍ଜୁବାଳା ପୃଷ୍ଟି, ଶ୍ରୀଯୁକ୍ତ ମାନସ ଜାଲ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରି ଛାତ୍ର ରୋହିତ ମାଝୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । 

ଶ୍ରୀ ସାହୁ ଏହି କୃତିତ୍ୱ ଅର୍ଜନର ଶ୍ରେୟ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।




Report : Bijay ku sahu
Edited by k.s thakur...

Post a Comment

Previous Post Next Post