ସି.କେ. ନାୟୁଡୁ ଟ୍ରଫି: ଓଡ଼ିଶା ଓ ମହାରାଷ୍ଟ୍ର ମ୍ୟାଚ ତୃତୀୟ ଦିବସ ରେ ଓଡ଼ିଶା ଦଳ ୨୧୮ ରନ ରେ ଅଲ୍ ଆଉଟ୍ ହୋଇ ଫେଲୋଅନ...

ସି.କେ. ନାୟୁଡୁ ଟ୍ରଫି: ଓଡ଼ିଶା ଓ ମହାରାଷ୍ଟ୍ର ମ୍ୟାଚ ତୃତୀୟ ଦିବସ ରେ ଓଡ଼ିଶା ଦଳ ୨୧୮ ରନ ରେ ଅଲ୍ ଆଉଟ୍ ହୋଇ ଫେଲୋଅନ... 


(ଜବାବରେ ଆଜିର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ଦ୍ଵିତୀୟ ଇନିଂସ୍ ର ସ୍କୋର ୪୫/୩)

ବରଗଡ଼, ୨୨/୧୦ :  ଓଡ଼ିଶା କ୍ରିକେଟ ଏସୋସିଏସନ ଓ ବରଗଡ  ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ ରେ ଚାଲିଥିବା ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ସି କେ ନାୟଡୁ ଏଲିଟ ଗ୍ରୁପ (କ) ମ୍ୟାଚ୍ ର ତୃତୀୟ ଦିବସ ଖେଳ ରେ  ମହାରାଷ୍ଟ୍ର ଦଳର ୩୯୩ ରନ ର ପିଛା କରି ଓଡ଼ିଶା ଦଳ ୨୧୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା।

Ad..


ମହାରାଷ୍ଟ୍ର ଦଳ ଓଡ଼ିଶା ଦଳ କୁ ଫଲୋଅନ ଦେବା ଫଳରେ ଦ୍ଵିତୀୟ ଇନିଂସ ଆରମ୍ଭ କରି  ଆଜି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ୪୫/୩ ରନ କରି ମ୍ୟାଚ୍ ବଞ୍ଚାଇବା କୁ ସଂଘର୍ଷ ଜାରି ରଖିଛି । ଗତକାଲି ର ଅସମାପ୍ତ ସ୍କୋର ୮୬/୩ ରୁ ନିଜର ଖେଳ ଆରମ୍ଭ କରି ଓଡ଼ିଶା ଦଳ ପ୍ରଥମ ଇନିଂସ ରେ ସୁଜଲ ସିଂ ଙ୍କ ୬୫ ରନ, ସାଇଦିପ ମହାପାତ୍ର ଙ୍କ ୪୦ ରନ , ବିଶ୍ୱ ଭୁଷଣ ମୁଦୁଲି ଙ୍କ ୩୬ ରନ, ଆଶୁତୋଷ ମାରାଣ୍ଡି ଙ୍କ ୨୩ ରନ ଫଳରେ ସମସ୍ତ ୱିକେଟ ହରାଇ କରିଥିଲା ୨୧୮ ରନ। 

ମହାରାଷ୍ଟ୍ର ଦଳ ପକ୍ଷରୁ ବିକି ଓସ୍ତ୍ଵାଲ ୫୨/୪ ୱିକେଟ , ହର୍ଷଳ କାଟେ ୪୦/୩ ୱିକେଟ ଓ ଶୁଭମ ମେଦ ୧୭/୧ ୱିକେଟ ନେଇଥିଲେ। ପ୍ରଥମ ଇନିଂଶ ରେ ମହାରାଷ୍ଟ୍ର ଦଳ ୧୮୧ ରନ ର ଲିଡ ନେଇ ଓଡ଼ିଶା ଦଳ କୁ ଫଲୋଅନ ଦେବା ଫଳରେ , ଓଡ଼ିଶା ଦଳ ଦ୍ଵିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିବାକୁ ପଡ଼ିଥିଲା । ଆଜି ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ କରିଛି ୪୫/୩ ରନ। 

ଆହୁରି ୧୩୬ ରନ ପଛରେ ଥାଇ ଆଉ ମାତ୍ର ୭ ୱିକେଟ ହାତରେ ଥାଇ ଓଡ଼ିଶା ଦଳ ମ୍ୟାଚ୍ ରୁ ପରାଜୟ ରୁ ବଞ୍ଚିବା ପାଇଁ ସଙ୍ଘର୍ଷ ଜାରି ରଖିଛି। ଦ୍ଵିତୀୟ ଇନିଙ୍ଗସ ରେ ଦଳ ପକ୍ଷରୁ ବିଶ୍ଵ ଭୁଷଣ ମୁଦୁଲି ୧୮ ରନ , ଦେବବ୍ରତ ପ୍ରଧାନ ୨ ରନ , ଆଶୁତୋଷ ମାରାଣ୍ଡି ୨ ରନ କରି ଆଉଟ୍ ହୋଇଥିବା ବେଳେ ଓମ୍ ଟି ମୁଣ୍ଡେ ୨୧ ରନ କରି ଓ ଆଶୁତୋଷ ଛୁରିଆ କୌଣସି ରନ ନକରି ଅପରାଜିତ ଅଛନ୍ତି । ମହାରାଷ୍ଟ୍ର ଦଳ ପକ୍ଷରୁ ଶୁଭମ୍ ମେଦ ୧୦/୨ ୱିକେଟ ଓ ଅବ୍ଦୁଶ ସାଲେମ ୧୫/୧ ୱିକେଟ ନେଇଛନ୍ତି। 

ଖେଳ କୁ ବିସିସିଆଇ ଆମ୍ପାୟର ଦ୍ବୟ ନୀତିନ ପଣ୍ଡିତ (ବିଦର୍ଭ କ୍ରିକେଟ ଏସୋସିଏସନ୍ ) ଓ  କେ. ପ୍ରଭାକର ରାଓ ( ଆନ୍ଧ୍ର ପ୍ରଦେଶ କ୍ରିକେଟ ଏସୋସିଏସନ୍ ) ପରିଚାଳନା କରିଥିଲା ବେଳେ ମ୍ୟାଚ୍ ରେଫରୀ ଅଛନ୍ତି ହେମନ୍ତ କୁମାର (ତାମିଲନାଡୁ କ୍ରିକେଟ ଏସୋସିଏସନ୍)।

ସେହିପରି ବି.ସି.ସି.ଆଇ. ପକ୍ଷରୁ ଅନ୍‌ଲାଇନ୍ ସ୍କୋରର୍ ଅଛନ୍ତି   ବିରବର ନାୟକ , ମାନୁଏଲ୍ ସ୍କୋରର୍ ସନ୍ଦିପ ଜି , ଭିଡିଓ ଏନାଲିଷ୍ଟ୍  ତାପସ କୁମାର ନାୟକ , ଆସିଷ୍ଟାଣ୍ଡ ଭିଡିଓ ଏନାଲିଷ୍ଟ୍  ସୁଭାସିସ ଜେନା  ରହିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post