ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ...

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୩/୧୦ :  ଅଖିଳ ବିଶ୍ବ ଗାୟତ୍ରୀ ପରିବାର କଣ୍ଟାବାଞ୍ଜି ଆନୁକୂଲ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ରାଜ୍ୟ ଓ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିଲା।ସୁବାଷ ସିଂଘଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା...

             Ad..


କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଣ୍ଟାବାଞ୍ଜିସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ସଭାପତି ଅଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଶିଶୁ ସାହିତ୍ୟିକ ତଥା ନିର୍ଝରିଣୀ ର ସଂପାଦକ ଶ୍ରୀ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି,ଜିଲ୍ଲା ସଂଯୋଜକ ଟଙ୍କଧର କୁମ୍ଭାର ଯୋଗ ଦେଇଥିଲେ।

ରାଜ୍ୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପ୍ରତିଯୋଗୀ ନରେଶ ମେହେର, ପ୍ରୀତମ ମୁରଲୀ, ଜିଲ୍ଲା ସ୍ତରରେ ଚୂଡାକାନ୍ତୀ ପ୍ରଧାନ, ରାଜ କିଶୋର ପାଇକରାୟ,ଶିବାନୀ ପାତ୍ର, ଗାୟତ୍ରୀ ଭାଟି,ନମିତା ବାଗ,ପ୍ରତିଭା ବାଗ,ଈତି ବାରିକ,ସୋମ୍ୟାସିଂ ଠାକୁର, ସୁଜଳ ଗୁରୁ,ଅଙ୍କୁଶ ତାଣ୍ଡି, କ୍ଷେତ୍ର ସାହୁ, ସାହିଲ ବେହେରାଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର, ସ୍ମୃତି ଫଳକ,ପୁସ୍ତକ ଓ ନଗଦ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ।

ଏହି ସଭାକୁ ଶ୍ରୀ ନୀଳେନ୍ଦୁ ବେହେରା ପରିଚାଳନା ଓ ଶ୍ରୀ ଶଶୀକାନ୍ତ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।ପୂଜକ ସୂର୍ଯ୍ୟ ନାରାୟଣ ବେହେରା,ଶ୍ରୀକାନ୍ତ ବେହେରାଙ୍କ ସମେତ ଶକ୍ତି ପୀଠର କର୍ମକର୍ତ୍ତା ସହଯୋଗ କରିଥିଲେ।



Edited by k.s thakur...


Post a Comment

Previous Post Next Post