'ସାହାଜବାହାଲ'ରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ...

'ସାହାଜବାହାଲ'ରେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ...


ବରଗଡ଼,୨୩/୧୦ : ପୋଢମୁଣ୍ଡା କ୍ଲଷ୍ଟରର ସାହାଜ ବାହାଲ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ୧୭୧ତମ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

             Ad..


ସଭାପତି ମନୋରଂଜନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ପ୍ରେମରାଜ ଭୋଇ ଯୋଗଦେଇ ପୁସ୍ତକ ପଠନ ମାଧ୍ୟମରେ ସାଧାରଣ ବ୍ୟକ୍ତି ଟିଏ କେମିତି ଅସାଧାରଣ ସମ୍ପନ୍ନ ପ୍ରତିଭାର ଅଧିକାରୀ ହୋଇଥାଏ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। 

ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁ ଚରଣ ଭୁଏ ଶିଶୁଶ୍ରୀ ର ନିଆରା ପ୍ରୟାସକୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ପାଣ୍ଡେ, ଅନୀତା ଭୁଏ, ମନସ୍ବିନୀ ପଧାନ ପ୍ରମୁଖ ଛାତ୍ର ଜୀବନରେ ପୁସ୍ତକ ଓ ପାଠାଗାରର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।  କାର୍ଯ୍ୟକ୍ରମକୁ 'ଶିଶୁଶ୍ରୀ'ର ଆବାହକ ଡକ୍ଟର ରବିନାରାୟଣ ସାହୁ ପରିଚାଳନା କରିଥିଲେ ଓ ଶେଷରେ ଶିକ୍ଷକ ଆଲ୍ହାଦ ଚନ୍ଦ୍ର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post