ଚିଚୋଲି -ଭୁକ୍ତା ମହିମାପୀଠରେ କଳାକାର ମାନଙ୍କ ଏକ ସାଧାରଣ ସଭା...
ଅମ୍ବାଭୋନା,୨୩/୧୦ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚି଼ଚୋଲି -ଭୁକ୍ତା ମହିମାଶ୍ରମ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ସମସ୍ତ କଳାକାର ମାନଙ୍କୁ ନେଇ ବେଣୁଧର ଭୋଇ ଙ୍କ ସଭାପତିତ୍ୱ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
Ad..
ଏହି ସଭା ରେ ପ୍ରତ୍ୟେକ ମାସ ଏକ ତାରିଖ ଦିନ ସମସ୍ତ କଳାକାର ଭତ୍ତାଧାରୀ ମାନଙ୍କୁ ନେଇ ଏକ ସାଧାରଣ ସଭା କରିବାର ସ୍ଥିରୀକୃତ ହୋଇଥିଲା। ସମସ୍ତ କଳାକାର ଭତ୍ତା ଧାରୀ ମାନଙ୍କୁ ନେଇ ଏକ ସଂଘ ଗଠନ କରିବା ନେଇ ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା।
ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇବାରୁ ବଞ୍ଚିତ ପ୍ରକୃତ କଳାକାରମାନଙ୍କୁ ଯୋଜନାରେ ସାମିଲ କରାଯିବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ କଳାକାର ସଂଘ ତରଫରୁ ଦାବୀ ହୋଇଛି। ଏହି ସଭା ରେ ବେଣୁଧର ଭୋଇ, କୁମାର ପଟେଲ, ଯୁଧିଷ୍ଠିର ଦେହେରୀ, ଯାଦବ ଛତର, ରବି ବେହେରା, ଥଣ୍ଡାରାମ ପଧାନ, ଲତା ନାୟକ, ହେମନ୍ତ ବାଗ, ପର୍ଶୁରାମ ବାରିକ, କୃପାରାମ ବାରିକ, ସରଜୁ ସା, ସାଧୁ ପଧାନ ଓ କୃଷ୍ଣ ଚନ୍ଦ୍ର ଭୋଇ ଆଦି ଅନେକ ସଭ୍ୟ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


