ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଚାପମୁକ୍ତ ସଚେତନତା କାର୍ଯ୍ୟକ୍ରମ...

ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଚାପମୁକ୍ତ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼,୨୩/୧୦ : ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସର ରେ ସ୍ଥାନୀୟ  ଆଇ ଡି ଏଫ୍ ସି ଫାଷ୍ଟ ବ୍ୟାଙ୍କ୍ ବରଗଡ଼ ଆନୁକୁଲ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ କିପରି ମାନସିକ ଚାପ ମୁକ୍ତ ହେବେ ସେ ବିଷୟ ରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

        Ad..


ପ୍ରଧାନ ଶିକ୍ଷକସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଆଇ ଡି ଏଫ୍ ସି ଫାଷ୍ଟ ବ୍ୟାଙ୍କ୍ ବରଗଡ଼ ଶାଖା ମ୍ୟାନେଜର ହେମାନନ୍ଦ ମିଶ୍ର,ସହକାରୀ ବ୍ରାଞ୍ଚ ମ୍ୟାନେଜର ରାଜେଶ୍ ବାରିକ, ବିଆରଏମ ଅଭୟ ମେହେର,ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ପାଠପଢା କୁ ବୋଝ ନ ଭାବି କିପରି ଚାପମୁକ୍ତ ରହି ଅଧ୍ୟୟନ କରିବେ ତଥା ବିଦ୍ୟାଳୟ ପରିବେଶ କିପରି ଚାପ ରହିତ ହୋଇ ପାରିବ...

ସେ ବିଷୟ ରେ ବିଭିନ୍ନ ପରାମର୍ଶ ପ୍ରଦାନ  କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷା ବିଦ୍ ସତ୍ୟେନ୍ଦ୍ରିୟ ଦେବତା ଯୋଗ ଦେଇ ଚାପମୂକ୍ତ ପାଇଁ ସଙ୍ଗୀତ ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କ ମନୋରଞ୍ଜନ କରିଥିଲେ।ଏହି ଅବସର ରେ ବ୍ୟାଙ୍କ୍ ତରଫରୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post