ପଦ୍ମପୁର ଠାରେ ଚଳିତ ବର୍ଷ ୮ ନଭେମ୍ବର ରେ ହେବ କୃଷକ ଗର୍ଜନ ସମାବେଶ...

ପଦ୍ମପୁର ଠାରେ ଚଳିତ ବର୍ଷ ୮ ନଭେମ୍ବର ରେ ହେବ କୃଷକ ଗର୍ଜନ ସମାବେଶ...


ପଦ୍ମପୁର,୧୬/୧୦ : ପଦ୍ମପୁର ଠାରେ ଚଳିତ ବର୍ଷ ୮ ନଭେମ୍ବର ରେ ହେବ କୃଷକ ଗର୍ଜନ ସମାବେଶ  ସାମିଲ ହେବେ ସଂଯୁକ୍ତ କିସାନ ମୋର୍ଚ୍ଚା ନେତୃମଣ୍ଡଳୀ। ଏହି କାର୍ଯକ୍ରମ କୁ ସଫଳ କରିବା ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ର ସଭାପତି ପଞ୍ଚାନନ ସାହୁ ଙ୍କ ସଭାପତିତ୍ୱ ରେ ଗୋରୁ ବଜାର ପଦ୍ମପୁର ଠାରେ ବୈଠକ ବସିଥିଲା। 

         Ad..


ବୈଠକ ରେ ବିଦ୍ୟୁତ ସମସ୍ୟା, ଧାନ ବିକ୍ରି, ଫସଲ ବୀମା, ଇନପୁଟ ସବସିଟି, ବର୍ଷା ଏବଂ ରୋଗପୋକ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସଭାରେ ସର୍ବ ସମ୍ମତ କ୍ରମେ ବାର୍ଷିକ ସମାବେଶ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ସମାବେଶ କୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ସଦସ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। 

Ad..


କୃଷକ ଗର୍ଜନ ସମାବେଶ ରେ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସମସ୍ୟା ଲୋକ ଲୋଚନ କୁ ଆଣିବା ସହିତ ସରକାର ମାନଙ୍କୁ ଏହି ସମସ୍ୟା ପ୍ରସଙ୍ଗରେ ଅବଗତ କରିବା ଲକ୍ଷ ଅଟେ। ପ୍ରମୁଖ ସମସ୍ୟା ମାନଙ୍କ ମଧ୍ୟରେ ପଦ୍ମପୁର ଅଞ୍ଚଳକୁ ସମ୍ପୂଣ୍ଣ ଜଳସେଚନ କରିବା, ସ୍ୱାମୀନାଥନ ଆଯୋଗ ପ୍ରସ୍ତାବ ଅନୁସାରେ ଫସଲ ର ମୂଲ୍ୟ ନିର୍ଧାରଣ କରିବା, ସବୁ ଚାଷୀଙ୍କ ଋଣ ଛାଡ଼ କରିବା ଏବଂ ସୁଧ ମୁକ୍ତ ଋଣ ପ୍ରଧାନ କରିବା,ସୁଚାରୁରୂପେ ଧାନ କିଣା ବିକା କରିବା , 300 ୟୁନିଟ ବିଦ୍ୟୁତ ସମସ୍ତଙ୍କୁ ମାଗଣା ଦେବା ସହିତ କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ ଜଳକର ଆଧାରରେ ସ୍ଥିର କରିବା, ଲଘୁ ବନ୍ୟାଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଏବଂ ବଜାର ବ୍ୟବସ୍ଥା, 3000 ଟଙ୍କା ଭତ୍ତା, ସମ୍ବଲପୁରୀ ଭାଷଙ୍କୁ ସାମ୍ବିଧାନିକ ମାନ୍ୟତା ଏବଂ ପଦ୍ମପୁର ଜିଲ୍ଲା ଘୋଷଣା କାର୍ଯ୍ୟକାରୀ କରିବା ପ୍ରସଙ୍ଗ ପ୍ରାୟ 10  ହଜାର ରୁ ଉର୍ଦ୍ଧ୍ୱ ଚାଷୀ ସମାବେତ ହେବାର ଆକଳନ କରାଯାଇଛି। 

ଏହି ପ୍ରସ୍ତୁତି ସଭାରେ ସଙ୍ଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଅଜିତ ଶତପଥୀ ଉପସ୍ଥିତ ଥିବା ବେଳେ ସମାବେଶ କୁ ସଫଳ କରିବା ପାଇଁ 21 ଜଣିଆ ନୂତନ ପରିଚାଳନା କମିଟି ଗଠନ କରାଯାଇଛି,ସେମାନଙ୍କ ମଧ୍ୟରେ ରୋହିତ ପଧାନ, କୈଳାସ ବାରିକ, ପରମାନନ୍ଦ ଭୋଇ, ରମେଶ ବରିହା, ହିମାଂଶୁ ପଧାନ, ଅରବିନ୍ଦ ପଣ୍ଡା, ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ମହେନ୍ଦ୍ର ସାହୁ, ମନବୋଧ ବିଶ୍ୱାଳ, ନିରାକାର ସାହୁ, ପ୍ରକାଶ ଦାସ, ପ୍ରକାଶ ମିଶ୍ର, ନବୀନ ବେହେରା, ଚିତ୍ତରଞ୍ଜନ ପାଣ୍ଡେ, ଅମୃତ ସାହୁ ହୋତାସନ ବିଶ୍ୱାଳ  ସମେତ ଅନେକ କର୍ମୀ ଯୋଗଦେଇ ଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post