ଦ୍ୱାରି ଗ୍ରାମରେ ବିଡ଼ିଓଙ୍କ ଚିକିତ୍ସା ସମୀକ୍ଷା...

ଦ୍ୱାରି ଗ୍ରାମରେ ବିଡ଼ିଓଙ୍କ ଚିକିତ୍ସା ସମୀକ୍ଷା...


ଅମ୍ବାଭୋନା,୧୬/୧୦ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି। ଏଯାଏଁ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇପାରିନାହାନ୍ତି। ଯଦିଓ ସ୍ଥିତି ନିୟନ୍ତ୍ରଣାଧୀନ ତଥାପି ଗ୍ରାମବାସୀ ଭୟରେ କାଳ କାଟୁଛନ୍ତି।

        Ad.. 


ଗତକାଲି ଅମ୍ବାଭୋନା ବ୍ଲକ ର ଦ୍ୱାରି ଗ୍ରାମ ଦ୍ୱାରିକାଧିଶ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଝାଡା ବାନ୍ତି ଚିକିତ୍ସା ଶିବିର କୁ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗ ପହଞ୍ଚି  ଚିକିତ୍ସା ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ।ବ୍ଲକ ସ୍ୱାସ୍ଥ୍ୟ ବିଭାଗ ର ସଦସ୍ୟ ଙ୍କ  ଗହଣ ରେ ଶ୍ରୀଯୁକ୍ତ ବାଗ ଦ୍ୱାରି ଗ୍ରାମ ର ଝାଡା ବାନ୍ତି ରେ ଗୁରତ୍ୱର ହୋଇ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଥିବା ରୋଗୀ ଓ ଚିକିତ୍ସିତ ହେଉଥିବା ରୋଗୀ ଙ୍କ ଘର କୁ ଘର ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

                  Ad..


ଏହି ଅବସରରେ ଉପସ୍ଥିତ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ଟେମରାମ ଦେହେରି ଓ ଡା. ଦୁର୍ଗା ପ୍ରସାଦ ଦାଶ  ପରିବାର ବର୍ଗ ତଥା ଗ୍ରାମବାସୀଙ୍କୁ ପାଣି ଫୁଟାଇ ଥଣ୍ଡା କରି ହେଲୋଜେନ ବଟିକା ପକାଇ ପିଇବାକୁ ପରାମର୍ଶ ଦେଇଥିଲେ।

ଏଠାରେ ଏକ ଅନ୍ତ ବିଭାଗୀୟ  ବୈଠକ ରେ ବିଡ଼ିଓ ଗ୍ରାମବାସୀ ଙ୍କୁ ସ୍ୱାସ୍ଥ୍ୟ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ଏହି ସ୍ୱାସ୍ଥ୍ୟ ଦଳ ରେ ଡା. କମଳ ପ୍ରସାଦ ମଲ୍ଲିକ, ସ୍ୱାସ୍ଥ୍ୟ କର୍ମୀ ଜୟ ପ୍ରକାଶ ମହାପାତ୍ର, ଗିରିଧାରୀ ଅଗ୍ରୱାଲ, ସଂଯୁକ୍ତା ଷଡ଼ଙ୍ଗୀ, ସି.ଏଚ .ଓ ପୁଷ୍ପା ଓରାମ ରାଜେଶ ଖମାରୀ ଙ୍କ ସହିତ ଆଶା କର୍ମୀ ରୁକ୍ମଣୀ ପ୍ରଧାନ, ଉର୍ମିଳା ମହାକୁର  ତଥା ଗ୍ରାମ ର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। 

ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୀତାଞ୍ଜଳି ପଟେଲ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ  ଦ୍ବାରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଭୋଇ ତଥା ତାଙ୍କ ସହଯୋଗୀ ଙ୍କ ସହାୟତା ରେ ଗ୍ରାମର ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ କୁ ବ୍ଲିଚିଙ୍ଗ ଦ୍ୱାରା ବିଶୋଧନ କରାଯାଇଥିଲା।ଗ୍ରାମରେ ଥିବା  ପୋଖରୀ ର ଘାଟ ମଧ୍ୟ ବିଶୋଧନ  କରାଯାଇଥିଲା।




Report : Bijay ku sahu

Edited by k.s thakur...

Post a Comment

Previous Post Next Post