ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଗାଁ ସଫେଇ ଅଭିଯାନ...
ପଦ୍ମପୁର,୧୫/୧୦ : ପଦ୍ମପୁର ରାଜବୋଡା ସମ୍ବର ବ୍ଲକ ବରିକେଲ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁ ରେ ଆମ୍ବେଦକର ଯୁବକ ସଂଘ ତରଫରୁ ସଂପୂର୍ଣ୍ଣ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସଂଗଠନ ର ସଭାପତି ତଥା ସାମ୍ବାଦିକ ଗୋପବନ୍ଧୁ ସିକ୍କା ଙ୍କ ନେତୃତ୍ବରେ ପଟ୍ଟାମୁଣ୍ଡା ଗ୍ରାମ ର ଆରମ୍ଭ ରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ସଫେଇ କରାଯାଇଛି।
Ad..
ଆମ୍ବେଦକର ଯୁବକ ସଂଘ ର ସମସ୍ତ ସଦସ୍ୟ ସକାଳୁ ଗାଁ ର ଅନାବନା ଘାସ ଏ ମୁଣ୍ଡ ରୁ ସେ ମୁଣ୍ଡ ପର୍ଯ୍ୟନ୍ତ ସଫାସୁତୁରା ପରିସ୍କାର କରିବା ସହ ନଳକୂପ ଗୁଡିକ ର ଚତୁର୍ପାଶ୍ବ ସଫାସୁତୁରା କରିବା ସହ ଗାଁର ଚତୁର୍ଦିଗରେ ବ୍ଲିଚିଙ୍ଗ ପକାଇ ସଫେଇ କରିଥିଲେ ।
Ad..
ଗତ ନୂଆଁଖାଇ ପୂର୍ବରୁ ଏହି ସଂଗଠନ ର ସମସ୍ତ ସଦସ୍ୟ ଗାଁ କୁ ସଫେଇ କରିଥିବା ବେଳେ ଆସନ୍ତା ରବିବାର ଦିନ ୨୦ ତାରିଖ ଆମ୍ବେଦକର ଯୁବକ ସଂଘ ର ପ୍ରତିବର୍ଷ ଭଲି ଏଥର ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ କରିବାକୁ ଯାଉଥିବା ରୁ ଆଜି ସ୍ବତନ୍ତ୍ର ଭାବରେ ପୁଣି ଥରେ ନିଜ ଗ୍ରାମକୁ ସଫେଇ କରିଛନ୍ତି। ଏହି ଗାଁ ସଫେଇ ଅଭିଯାନ ରେ ଆମ୍ବେଦକର ଯୁବକ ସଂଘ ର ପ୍ରମୁଖ ସଦସ୍ୟ ମାନଙ୍କ ସଂପୂର୍ଣ୍ଣ ସହଯୋଗ ରେ ସଫେଇ ଅଭିଯାନ ସଂପୂର୍ଣ୍ଣ ହୋଇଛି।
Report : Bijay ku sahu
Edited by k.s thakur...



