ଗୋଇମୁଣ୍ଡରେ ୪୮ ତମ ଦୂର୍ଗାପୂଜା ଅବସରରେ କଳସ ଯାତ୍ରା ର ଆୟୋଜନ...

ଗୋଇମୁଣ୍ଡରେ ୪୮ ତମ ଦୂର୍ଗାପୂଜା ଅବସରରେ କଳସ ଯାତ୍ରା ର ଆୟୋଜନ...


ବଙ୍ଗୋମୁଣ୍ଡା,୦୯/୧୦ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ଚଳିତ ବର୍ଷ ୪୮ ତମ ଦୂର୍ଗାପୂଜା ମହାସମାରୋହରେ ପାଳିତ ହେଉଅଛି ।ବୁଧବାର ଦିନ ନିକଟସ୍ଥ ଟଙ୍ଗଜୋରରୁ ଶତାଧିକ ପୁରୁଷ ମହିଳା କଳସ ଯାତ୍ରାରେ ପୂର୍ଣ୍ଣ ଜଳ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା।

            Ad..


ବିଲ୍ଵଧିବାସ ପରେ ପୂଜାରମ୍ଭ ହୋଇଥିଲା ।ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଆସୁଅଛି ।ପୂଜା କର୍ତା ଭାବେ ଲଳିତ ମୋହନ ଭୋଇ ଓ  ସପତ୍ନୀ ଗୌରୀ ଭୋଇ ଏବଂ ପୂଜକ ଭାବେ ଶେଷଦେବ ନନ୍ଦ ଦାୟିତ୍ୱ ତୁଲାଇଥିଲେ।

Ad..


କଳସ ଯାତ୍ରାରେ ମିନିକେତନ ସାହୁ,ଗୋରେଖ ଭୋଇ,ରୋହିତ ଭୋଇ,ଛିନୁ ଭୋଇ,ମହିଧର ଭୋଇ,କମଳିନୀ ଭୋଇ ପ୍ରମୁଖଙ୍କ ସହ ବହୁ ଲୋକ ସାମିଲ ହୋଇଥିଲେ।

Ad..


କମିଟି ସଭାପତି ଅକ୍ଷୟ କୁମାର ସାହୁ,କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ,ସମ୍ପାଦକ ଚିତ୍ତରଞ୍ଜନ ସାହୁ,ଉପସଭାପତି ଧନସିଂ ବାଗ,କୋଷାଧ୍ୟକ୍ଷ ଗୋରେଖ ଭୋଇ,ଅମିତ ରଣା,ତିର ଭୋଇ,ବାବୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ।






Edited by k.s thakur...


Post a Comment

Previous Post Next Post