ଖାଦ୍ୟ ମାନ ଓ ନିରାପତ୍ତା ଯାଂଚ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନ ଥିବାରୁ ଉପ ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ...

ଖାଦ୍ୟ ମାନ ଓ ନିରାପତ୍ତା ଯାଂଚ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନ ଥିବାରୁ ଉପ ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ...


ପଦ୍ମପୁର,୦୯/୧୦ : ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା ହିଁ ମଣିଷ କୁ ନିରୋଗ ରଖିଥାଏ। କିନ୍ତୁ ଖାଦ୍ୟ ପଦାର୍ଥ ପାନି ପବନ ସଵୁ  ସ୍ୱଚ୍ଛତା ଅଭାଵରୁ ଵହୁ ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାରେ ଜଣା ପଡ଼ିଛି। 

Ad..


ଅକ୍ଟୋବର ୨ ରୁ ଗାନ୍ଧୀ ଜୟନ୍ତୀ ରୁ ସଵୁ ପରିବେଶକୁ ସ୍ୱଚ୍ଛତା ରଖିବା ପାଇଁଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସରକାରୀ ବେସରକାରୀ ସ୍ତରରେ ଆୟୋଜନ କରାଯାଇଛି। ହେଲେ ଦୁର୍ଗାପୂଜା ପାର୍ବଣରେ ଆମ ପଦ୍ମପୁର ଉପଖଣ୍ଡର ଵଜାର ଓ ଷ୍ଟଲ୍ ମାନଙ୍କରେ ବିକ୍ରି ହେଉ ଥିବା ଫଲ ମୂଳ ସଵୁ କେମିକାଲ ଦିଆ ଯାଉଛି। 
                    Ad..


ଦୈନିକଦିନ ଖାଉ ଥିବା ଫଲ ମୂଳ ତାହା ଆଜି ବିଷରେ ପରିଣତ ହୋଇଯାଇଛି। ଯା ଦ୍ବାରା ଲୋକେ ଖାଇ ଲୋକେ ଝାଡା ବାନ୍ତି ହୋଇ ରୋଗ ଗ୍ରସ୍ତ ହେଉଛନ୍ତି। ଫଲ ମୂଳ ବିକ୍ରି ପାଇଁ ଗଚ୍ଛିତ। ବିଭିନ୍ନ ଫଲ ଗୋଦାମ ଗୁଡିକ ଆବଶ୍ୟକ ଅନୁମତି ନ ନେଇ ଵିଷଯୁକ୍ତ କେମିକାଲ (ରାସାୟନିକ) ସ୍ପେର ବହୁ ମାତ୍ରାରେ ପ୍ରୟୋଗ କରୁଥିବାରୁ ଏହାର ପ୍ରଭାବରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। 

Ad..


ଖାଦ୍ୟ ମାନ ଓ ନିରାପତ୍ତା ଯାଂଚ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏଣୁ ପାର୍ବଣ ସମୟରେ ଲୋକଙ୍କ ହିତ ଦୃଷ୍ଟିରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ଦେଇଛନ୍ତି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post