ଦୀପ୍ତିମାନ ବାଳକଙ୍କ ଉଦ୍ଦେଶ୍ୟରେ "Ignited 50 - Block Level Students Enrichment Programme" ନାମକ ଏକ ବିଶିଷ୍ଟ ଆଲୋଚନା ଚକ୍ର ଅନୁଷ୍ଠିତ...

ଦୀପ୍ତିମାନ ବାଳକଙ୍କ ଉଦ୍ଦେଶ୍ୟରେ "Ignited 50 - Block Level Students Enrichment Programme"  ନାମକ ଏକ ବିଶିଷ୍ଟ ଆଲୋଚନା ଚକ୍ର ଅନୁଷ୍ଠିତ...


ବରଗଡ଼,୦୯/୧୦ : ଜର୍ଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ବରଗଡ଼ ବ୍ଲକ ର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ୨୦୨୪-୨୫ ଦେବାକୁ ଥିବା ୫୦ ଜଣ ଦୀପ୍ତିମାନ ବାଳକଙ୍କ ଉଦ୍ଦେଶ୍ୟରେ "Ignited 50 - Block Level Students Enrichment Programme"  ନାମକ ଏକ ବିଶିଷ୍ଟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । 

Ad..


ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏଡି ଏମ୍ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଉପ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ଯୋତିକାନ୍ତ ସାହୁ, ଜର୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତି ସୁନା,ପ୍ରବୀଣ ସାମ୍ବାଦିକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ହୋତା, ଶ୍ରୀଯୁକ୍ତ ସତ୍ୟଜିତ ଦାଶ ପ୍ରମୁଖ ଆଲୋଚନା ରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ। 

Ad..


ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବିଷୟ ଭିତ୍ତିକ ବିଶେଷଜ୍ଞ ଶିକ୍ଷକ ଓ ଚୟନ କରାଯାଇଥିବା ସେମାନଙ୍କ ଛାତ୍ର ଛାତ୍ରୀ ମାନେ ମଧ୍ୟ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜସ୍ଵ ମତ ରଖିଥିଲେ । 

Ad..


ପିଲାମାନେ କିଭଳି ଅଧିକ ରୁ ଅଧିକତର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା୨୦୨୪-୨୫ ରେ A ଗ୍ରେଡ ପାଇବେ ସେଥିପ୍ରତି ଧ୍ୟାନ ଆକର୍ଷଣ କରାଯାଇଥିଲା । ଆଜିର ଏହି ଗୁଣାତ୍ମକ ଶିକ୍ଷାଭିତ୍ତିକ ଆଲୋଚନା ଚକ୍ର ଟି ବେଶ ପ୍ରଶଂସିତ ହୋଇଥିଲା ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post