ବାଳିକା ମାନଙ୍କୁ ସୁରକ୍ଷା ଦେଇ ଶିକ୍ଷିତ କରିବା ଆମର ପ୍ରଥମ କର୍ତ୍ତବ୍ୟ...

ବାଳିକା ମାନଙ୍କୁ ସୁରକ୍ଷା ଦେଇ ଶିକ୍ଷିତ କରିବା ଆମର ପ୍ରଥମ କର୍ତ୍ତବ୍ୟ... 



(ଆନ୍ତର୍ଜାତିକ କନ୍ୟା ଦିବସ ରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଙ୍କ ଅଭିଭାଷଣ)

ବରଗଡ଼,୨୩/୧୦ : ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ସଭାପତି ଜ୍ୟୋତିକାନ୍ତ ସାହୁ ଙ୍କ ସଭାପତିତ୍ବରେ ଆନ୍ତର୍ଜାତୀକ ବାଳିକା ଦିବସ ପାଳିତ ହୋଇଯାଇଅଛି।

Ad..


ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଯୋଗଦେଇ ଆଜିକା ଯୁଗରେ ବାଳିକା ମାନଙ୍କୁ ସୁରକ୍ଷା ଦେଇ ଶିକ୍ଷିତ କରିବା ଆମର ପ୍ରଥମ କର୍ତ୍ତବ୍ୟ ଓ ସେଥିପାଇଁ ଆମ ଜନପ୍ରିୟ ସରକାର ସବୁ ଦିଗରୁ ବାଳିକା ତଥା ମହିଳା ମାନଙ୍କ ପାଇଁ ଅନେକ ସଫଳ ଯୋଜନା କରିଥିବା ପ୍ରକାଶ କରିଥିଲେ । ଏହା ସହିତ ଏକ ଲକ୍ଷ ରଖି ଏବଂ କଠିଣ ପରିଶ୍ରମ ଦ୍ଵାରା ପାଠ ପଢ଼ିଲେ ନିଶ୍ଚିତ ଭାବରେ ବଡ ମଣିଷ ହେବା ସହିତ ଭଲ ମଣିଷ ହୋଇ ପାରିବ ବୋଲି ଶ୍ରୀ ଷଡ଼ଙ୍ଗୀ  ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ମଧୂଛନ୍ଦା ସାହୁ, ଜର୍ଜ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସାସ୍ୱତୀ ଦାଶ, ଏବଂ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । 

ଏହା ପୂର୍ବରୁ ବିଦ୍ୟାଦାତ୍ରୀ ସରସ୍ଵତୀ ଓ ଗଣେଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ଏବଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଗିତ ଗାନ କରିଥିଲେ।ଶିକ୍ଷକ ଶ୍ରୀ ଗୋବିନ୍ଦ ସେଠ ମଞ୍ଚ ପରିଚାଳନା କରିଥିବା ବେଳେ  ସୋହେଲା ବ୍ଲକ ଶିକ୍ଷା ଅଧିକାରୀ ଅମୃତା ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post