ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ ଆଡ଼େ ରିକର୍ଭ କରିପାରେ...!

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ ଆଡ଼େ ରିକର୍ଭ କରିପାରେ...!


ବରଗଡ଼,୨୪/୧୦ : ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ ଆଡ଼େ ରିକର୍ଭ କରିପାରେ। ବାତ୍ୟା ପ୍ରଭାବରେ ୨୬ ବେଳକୁ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

        Ad..


ଗୁରୁବାର ଏହି ରିପୋର୍ଟ ପ୍ରକାଶ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି।ବାତ୍ୟା ଦାନା ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି। ଘଣ୍ଟା ପ୍ରତି ପବନର ବେଗ ଶହେରୁ ରୁ ଶହେ କୋଡିଏ କିମି ରହିବ। 

Ad..


ଏବେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। କେବଳ ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଛାଡ଼ି ଅନ୍ୟ ସ୍ଥାନରେ ପବନ ବହୁଛି। ସମୁଦ୍ରରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୨କିଲୋମିଟର ରହିଛି। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବର ସମ୍ଭାବନା ରହିଛି। 


ଏଣୁ ଲୋକେ ସତର୍କତା ଅବଲମ୍ବନ କରିବା ଉଚିତ। ବିନା କାମରେ ଘରୁ ନବାହାରି ଧନ ଜୀବନ ପ୍ରତି ସତର୍କତା ଅବଲମ୍ବନ କରିବା ସହିତ ରାଜ୍ୟ ସରକାର ଜାରି କରିଥିବା ଜିଲ୍ଲା ଟୋଲ ଫ୍ରି ନମ୍ବର ସହିତ ଅବଗତ ରହିବାକୁ ରାଜ୍ୟ ସରକାର ବହୁ ପୂର୍ବରୁ ସାବଧାନତାକୁ ସାର୍ବଜନୀନ କରିଛନ୍ତି।




Report : Bijay ku sahu

Edited by k.s thakur...


Post a Comment

Previous Post Next Post