ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଗନ୍ଧମାର୍ଦ୍ଧନରେ ପର୍ଯ୍ୟଟନ ବିକାଶ ପାଇଁ ସରକାରଙ୍କୁ ଦାବୀପତ୍ର ପ୍ରଦାନ...
(ନୃସିଂହନାଥ ରେ ଚିଡ଼ିଆଖାନା ପାଇଁ ଦାବି)
ବରଗଡ଼/ ପଦ୍ମପୁର,୨୪/୧୦ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଗନ୍ଧମାର୍ଦ୍ଧନ ପର୍ବତର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଦାବୀ ପତ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି।
Ad..
ବରଗଡ ଲୋକସଭା ସାଂସଦ ତଥା ଗନ୍ଧମାର୍ଦ୍ଧନ ଆନ୍ଦୋଳନର ପୁରୋଧା ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଅନ୍ୟତମ ଉପ-ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖଙ୍କୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି।
Ad..
ସାଂସଦ ପ୍ରଦୀପ ପୁରୋହିତ, ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ, ଅଧ୍ୟାପକ ସୁଶାନ୍ତ ମିଶ୍ର, ବୋଡାସମ୍ବର ଅଂଚଳ ର ପ୍ରତିଷ୍ଠିତ ସମାଜସେବୀ ସଞ୍ଜୀବ କୁମାର ମାଝୀ, ସତ୍ୟ ବେହେରା ପ୍ରମୁଖ ଲୋକସେବା ଭବନରେ ଭେଟି ନୃସିଂହନାଥ ହରିଶଙ୍କର ଓ ଗନ୍ଧମାର୍ଦ୍ଧନ ପର୍ବତର ବିକାଶ ପାଇଁ ଦାବୀପତ୍ର ପ୍ରଦାନ ସହିତ ଆଲୋଚନା କରିଥିଲେ।
ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ପୁରାଣ ପ୍ରସିଦ୍ଧ ଏହି ପବିତ୍ର ମହାନ ଧାର୍ମିକ ପୀଠକୁ ଓଡ଼ିଶା, ଛତିଶଗଡ ସମେତ ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି।
ତେଣୁ ପର୍ଯ୍ୟଟନର ଅଧିକ ବିକାଶର ଆବଶ୍ୟକତା ରହିଛି । ଚିରସ୍ରୋତା ଝରଣା ତଥା ବଣ ପାହାଡ ଘେରା ପ୍ରାକୃତିକ ପରିବେଶ, ଜୈବ ବିବିଧତା ପରିପୃଷ୍ଟ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସନ୍ନିକଟ ଗନ୍ଧମାର୍ଦନ ପାଦଦେଶରେ ଏକ ଚିଡ଼ିଆ ଖାନା ପ୍ରତିଷ୍ଠା ପାଇଁ ଉପଯୁକ୍ତ ପରିବେଶ ରହିଛି । ତେଣୁ ଗନ୍ଧମାର୍ଦନ ଜଙ୍ଗଲକୁ ସଂରକ୍ଷିତ ଘୋଷଣା କରି ଚିଡ଼ିଆ ଖାନା ପ୍ରତିଷ୍ଠା କଲେ ଗନ୍ଧମାର୍ଦନ ସୁରକ୍ଷିତ ରହିବା ସହିତ ପର୍ଯ୍ୟଟନର ବିକାଶ ହୋଇପାରିବ।
ଦ୍ଵିତୀୟରେ ଉକ୍ତ ମନ୍ଦିରର ପ୍ରାଚୀନ ଶିଳାଲିପି, ପ୍ରତ୍ନତତ୍ତ୍ଵ, ମନ୍ଦିର ସ୍ଥାପତ୍ୟ କଳା ତଥା ଗନ୍ଧମାର୍ଦନ ପାହାଡ଼ରେ ଔଷଧୀୟ ବୃକ୍ଷ, ବିଭିନ୍ନ ଜନଜାତି, ଧର୍ମ ସଂସ୍କୃତି ଜୀବିକା ର ସହାବସ୍ଥାନ ରହିଛି । କିନ୍ତୁ ସମୟ ସ୍ରୋତରେ ସେ ସବୁ ବିଲୀନ ହୋଇ ଚାଲିଛି । ତେଣୁ ଏକ ସଂଗ୍ରହାଳୟ ମାଧ୍ୟମରେ ଏସବୁର ସୁରକ୍ଷା କରାଯାଇ ପାରିବ ବୋଲି କୁହାଯାଇଛି।
ତୃତୀୟରେ ଗୋଟିଏ ପାହାଡ଼ର ଦୁଇ ପାର୍ଶ୍ଵରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିରକୁ ରୋପ ୱେ ମାଧ୍ୟମରେ ସଂଲଗ୍ନ କରାଯିବା ଦାବୀ ମଧ୍ୟ ଦାବୀ ପତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହି ପୀଠର ବିକାଶ କରିବା ସହିତ ଗନ୍ଧମାର୍ଦନ ର ସୁରକ୍ଷା ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ପ୍ରତିନିଧି ଦଳ ସରକାରଙ୍କ ସହିତ ଆଲୋଚନା କରିଥିବାର ସୂଚନା ଦେଇଛନ୍ତି।
ନୃସିଂହନାଥ ପୀଠର ବିକାଶ ଓ ଗନ୍ଧମାର୍ଦ୍ଧନର ସୁରକ୍ଷା ପାଇଁ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବାରୁ ସଂସଦ ଶ୍ରୀମାନ ପୁରୋହିତଙ୍କୁ ମନ୍ଦିର ତୃଷ୍ଟବୋର୍ଡ ତଥା ଅଞ୍ଚଳବାସୀ ପକ୍ଷରୁ କୃତଜ୍ଞତା ପ୍ରକାଶ ପାଇଛି।
Report : Bijay ku sahu
Edited by k.s thakur...



