ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା...

ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା...


ବରଗଡ଼,୨୪/୧୦ : ବରଗଡ଼ ଜିଲ୍ଲା ର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଠାରେ ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସହିତ ଦ୍ବିପାକ୍ଷିକ କୃଷି ଯନ୍ତ୍ରପାତି ତଥା ବିଶେଷ କାରି ଟ୍ରାକ୍ଟର ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଅଛି। 

         Ad..


ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଆଞ୍ଚଳିକ ପରିବହନ ଅଧିକାରୀ ଧାନ ବିକ୍ରି ପାଇଁ ବ୍ୟବହୃତ ଟ୍ରାକ୍ଟର ନବୀକରଣ ଏବଂ ଫିଟନେସ କରାଇବା ବାଧ୍ୟତା ମୂଳକ ବିଜ୍ଞପ୍ତି ଦେବା ପରେ ସଂଗଠନ ର ପ୍ରତିନିଧି ମଣ୍ଡଳୀ ଯାଇ ଅଧିକାରୀଙ୍କୁ ସାକ୍ଷ୍ୟାତ କରିଥିଲେ। 

Ad..


ଶ୍ରୀ ମାଝୀ ସେହିଦିନ କେବଳ ଚାଷ ବ୍ୟବହୃତ ପାଇଁ ନୁହେଁ ତାହା ସମସ୍ତ ମୋଟର ଯାନ ପାଇଁ ଅଟେ କହିବା ସହିତ ଟେକ୍ସ ଦେଇ ନ ପାରୁଥିବା ଗାଡି ମଳିକ ଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଥରରେ ସମସ୍ତ ଟେକ୍ସ ଦେଲେ ଅନେକ ଛାଡ଼ ବ୍ୟବସ୍ଥା ଥିବା କହିଥିଲେ। 

ଏବଂ ଏହି ଲାଭ ଚାଷୀ ମାନେ ମଧ୍ୟ ନେବାର ସୁଯୋଗ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ। ସେଥିପାଇଁ ସଂଗଠନ ପକ୍ଷରୁ ଗୋଟିଏ ଦିନରେ ସମସ୍ତ ପ୍ରସଙ୍ଗ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି କ୍ରମେ ଆଜି ଟ୍ରାକ୍ଟର ରେ ଥିବା ଅନେକ ସମସ୍ୟା ସଂଗଠନ ପକ୍ଷରୁ ଅବଗତ କରାଗଲା ପ୍ରଥମେ ଟ୍ରାକ୍ଟର ଏବଂ ଟାଲୀ ଗୋଟିଏ ଟେକ୍ସ  ନିଆଯାଉ ଯାହା ସର୍ବନିମ୍ନ ହେବା କଥା ଯାହାକୁ କୃଷକ ଦେଇପାରିବ। 

ବୀମା,ଫିଟନେସ ସବୁ ଖର୍ଚ୍ଚ ସରକାର ବହନ କରନ୍ତୁ କୃଷି କ୍ଷେତ୍ର ରେ ବ୍ୟବହାର ଟ୍ରାକ୍ଟର ଡ୍ରାଇଭର ଲାଇସେନ୍ସ ତୁରନ୍ତ ଏବଂ ମାଗଣା ଦେବା ସହିତ ବକେୟା ଥିବା ସମସ୍ତ ଟେକ୍ସ ଛାଡ଼ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରିଥିଲେ। ଶ୍ରୀ ମାଝୀ ମହୋଦୟ ଏହି ସମସ୍ୟା ର ସମାଧାନ ତାଙ୍କ ହାତରେ ନ ଥିବାରୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇଦେବା ପ୍ରତିଶୃତି ଦେଇଥିଲେ। 

ପରେ ମାଝୀ ଙ୍କ କହିବା ଅନୁସାରେ ବରଗଡ଼ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ 30% ଟ୍ରାକ୍ଟର ବ୍ୟବହାର ହେଉଥିବା ପ୍ରକାଶ କରି କହିଲେ ଯେ ଜିଲ୍ଲାରେ 21.533 ଗୋଟି ଟ୍ରାକ୍ଟର ମଧ୍ୟରୁ କେବଳ 8482 ଟି ଟ୍ରାକ୍ଟର ଠିକ ଠାକ ଚାଲୁଛି ଅନ୍ୟ 13,101ଗୋଟି ଟ୍ରାକ୍ଟର ର ଫିଟନେସ ନାହିଁ ଏବଂ 4,959 ଟି ଟ୍ରାକ୍ଟର ଟେକ୍ସ ଦେଇ ନାହାଁନ୍ତି। 

ରାଜ୍ୟ ସରକାର ଙ୍କ ନୂତନ ନିୟମ ଅନୁସାରେ 1992 ରୁ 2010 ଟ୍ରାକ୍ଟର ର ମାତ୍ର 16 ହଜାର ଟଙ୍କା, 2010ରୁ 17 ମଧ୍ୟରେ ଟେକ୍ସ ଦେଇ ନ ଥିଲେ 8 ହଜାର ଏବଂ 17 ଆଜି ପର୍ଯ୍ୟନ୍ତ ଟେକ୍ସ ଦେଇ ନ ଥିଲେ ମାତ୍ର 5 ହଜାର ଟଙ୍କା  ଡିସେମ୍ବର 31 ସୁଦ୍ଧା ଦେଇ ଟେକ୍ସ ମୁକ୍ତ ଭାବରେ ଆପଣ ମାନେ ଟ୍ରାକ୍ଟର ଚଳାଇ ପାରିବେ ବୋଲି କହିଛନ୍ତି। 

ଯେଉଁ ଚାଷୀମାନେ ଏହି ଯୋଜନା ର ଲାଭ ନେବେ ସେମାନେ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହିତ କଥା ଲାଗି ତାଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ଜଣାଇଛନ୍ତି। 

ଆଲୋଚନା ସମୟରେ ଆଞ୍ଚଳିକ ପରିବହନ ବିଭାଗର MVI ସୁଷମା ସାହୁ, ମାନଭଂଜନ ପାଳ, ରୋଜାଲି ଲେକ୍ରା, ପ୍ରିୟଲକ୍ଷ୍ମୀ ସାହୁ ଏବଂ ସଂଯୁକ୍ତ କୃଷକ ସଂଗଠନ ର ରମେଶ ମହାପାତ୍ର, ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ସୁବାସ ବିଶ୍ୱାଳ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବାବରୁବାହନ ସାହୁ, ପ୍ରଶାନ୍ତ ସାହୁ, ତପନ ମିଶ୍ର, କାରଣ ସାହୁ, ସୁଶାନ୍ତ ଗଡତିଆ, ପ୍ରଭାତ ସାହୁ, ରବିଶଙ୍କର ପଧାନ, ଦିଲୀପ ପଧାନ, ଶାନ୍ତନୁ ମାଝୀ, ଜୟ ପ୍ରକାଶ ବେହେରା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post