ଆନ୍ତର୍ଜାତିକ ବାଳିକା ଦିବସ ଅବସରରେ ତର୍କ ପ୍ରତିଯୋଗିତା...

ଆନ୍ତର୍ଜାତିକ ବାଳିକା ଦିବସ ଅବସରରେ ତର୍କ ପ୍ରତିଯୋଗିତା... 


ବରଗଡ଼,୨୩/୧୦ : ବୁଧବାର ଦିନ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। 

        Ad..


ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ତର୍କ ପ୍ରତିଯୋଗୀତା ରେ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରୁତି ପଟେଲ  ତର୍କ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପରିଷଦ ଚେୟାରମେନ ଶ୍ରୀମତୀ ମାନିନୀ ଭୁଏ ଙ୍କ ହାତରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି।  

ଗାଇଡ୍ ଶିକ୍ଷକ ସ୍ଵାଧୀନ କୁମାର ସାହୁ ,ଶ୍ରୁତି ପଟେଲ (ପିତା ସରୋଜ କୁମାର ପଟେଲ,ମାତା ସାବିତ୍ରୀ ପଟେଲ) ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।  ଶ୍ରୁତି ପଟେଲ ଦ୍ବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି  ଗାଇଡ ଶିକ୍ଷକ ତାଙ୍କ ଭୂୟସୀ ପ୍ରଶଂସା କରିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ କୃତୀ ଛାତ୍ରୀ ଙ୍କୁ ଶୁଭେଛା ଜଣାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post