ସଂକିର୍ଣ୍ଣ ରାସ୍ତାକଡରେ ନୁତନ ବିଦ୍ୟୁତ ଖୁଣ୍ଟ, :ପ୍ରଶାସନ ନିଦାବିଷ୍ଣୁ...

ସଂକିର୍ଣ୍ଣ ରାସ୍ତାକଡରେ ନୁତନ ବିଦ୍ୟୁତ ଖୁଣ୍ଟ, :ପ୍ରଶାସନ ନିଦାବିଷ୍ଣୁ... 


ଅମ୍ବାଭୋନା,୨୩/୧୦ : ବରଗଡ଼ ଜିଲ୍ଲାର ବିଦ୍ୟୁତ ସମସ୍ୟା କୁନେଇ ଚାଷୀ ଆନ୍ଦୋଳନ ଥମିବାର ନା ନେଉନଥିବା ବେଳେ ପୁଣି ଏକ ନୁଆ ଘଟଣା ବିଦ୍ୟୁତ ବିଭାଗର ଠିକାଦାର ଙ୍କ ମନମାନୀ ସାମ୍ନାକୁ ଆସିଛି।

        Ad..


ଅମ୍ବାଭୋନା ବ୍ଳକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀ ମନ୍ଦିର ରୁ ଲେଲେହର ରାସ୍ତାରେ ଠିକାଦାର ସାମ୍ଭାବ୍ୟ ଭବିଷ୍ୟତ ରାସ୍ତା ଚଉଡ଼ାକୁ ଅଣଦେଖା କରି ବଳପୂର୍ବକ ଭାବେ ସଂକିର୍ଣ୍ଣ ରାସ୍ତାକଡରେ ନୁତନ ବିଦ୍ୟୁତ ଖୁଣ୍ଟ ପୋତି ଚାଲିଛି।ଆଞ୍ଚଳିକ ଲୋକ ପ୍ରତିନିଧି ତଥା ବାରପାହାଡ କୃଷକ ସଂଗଠନ ର ବାରମ୍ବାର ଅଭିଯୋଗ କରିବା ସତ୍ବେ ଠିକାଦାର କାହାରି କଥାକୁ ଗୁରୁତ୍ବ ନଦେଇ ବିଦ୍ୟୁତ ଖୁଣ୍ଟ ଗୁଡିକ ମୁଖ୍ୟ ରାସ୍ତାପାଖରେ ମନଇଛା ପୋତି ସମସ୍ୟା ସୃଷ୍ଟି କରିଛି। 

ଭବିଷ୍ୟତରେ ଯଦି ରାସ୍ତା ଚଉଡ଼ା ହୁଏ ତେବେ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତା ମଝିରେ ରହିଯିବାର ଆଶଙ୍କା ରହିଅଛି। ସମୟ ଥାଉଁ ଯଦି ଏହାର ସମାଧାନ କରାନଯାଏ ପରବର୍ତ୍ତୀ ସମୟରେ ଆନ୍ଦୋଳନ କରାଯିବ ବୋଲିି କୃଷକ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।




Report : Bijay ku sahu

Edited by k.s thakur...


Post a Comment

Previous Post Next Post