ସଡ଼କ ଦୁର୍ଘଟଣାରେ ଜଣେ ମୃତ, କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଚାନ୍ଦୋତରା ଛକରେ ରାସ୍ତାରୋକ...
ସିନ୍ଧେକେଲା,୨୭/୧୦ : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା - ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ଛକରେ ସଡ଼କ ଦୁର୍ଘଟଣାକୁ ନେଇ କାର୍ଯ୍ୟନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି।
Ad..
ଘଟଣାସ୍ଥଳ ରୁ ଯାଇ ୨୨ ତାରିଖ ଭୋର ସକାଳୁ ଚାନ୍ଦୋତରା ଗ୍ରାମର ପୀତବାସ ବେହେରା (୪୨) ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ପୋଖରୀ କୁ ଶୌଚ ହେବାପାଇଁ ଯାଇ ଘରକୁ ଫେରୁଥିବା ସମୟରେ ରୋଡ ଓ୍ବେଜ ନାମକ ଏକ ଘରୋଇ ବସ୍ ରାଇପୁର ରୁ ଭବାନୀପାଟଣା ଯାଉଥିବା କୌଣସି କାରଣରୁ ପଛପଟୁ ଧକ୍କା ଦେବା ଫଳରେ ପୀତବାସ ଛିଟିକି ଯାଇଥିଲେ।
Ad..
ଗୁରୁତର ପୀତବାସ ଙ୍କୁ ଘଟଣାସ୍ଥଳରୁ ପ୍ରଥମେ ସିନ୍ଧେକେଲା ହସ୍ପିଟାଲକୁ କୁ ଆଣି ପ୍ରାଥମିକ ଚିକିତ୍ସାପରେ ଭବାନୀପାଟଣା ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ପୁଣି ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା।
ରାୟପୁର ରେ ଚିକିତ୍ସାଧୀନ ଅବସ୍ଥାରେ ପୀତବାସ ଙ୍କ ମୃତ୍ୟୁ ଶନିବାର ୨୬ ତାରିଖ ହୋଇଥିବା ଖବର ପାଇବା ପରେ ଆଜି ରବିବାର ସକାଳୁ ଚାନ୍ଦୋତରା ଛକରେ ତାଙ୍କ ପରିବାର ବର୍ଗ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି। ଫଳରେ ୧୬ ନମ୍ବର ରାଜ୍ୟ ରାଜପଥ ରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।
ପରେ ସିନ୍ଧେକେଲା ପୋଲିସ ପହଞ୍ଚି ବୁଝାସୁଝା କରି ବଙ୍ଗୋମୁଣ୍ଡା ତହସିଲଦାର ଙ୍କ ନିର୍ଦ୍ଦେଶରେ ସିନ୍ଧେକେଲା ଆରଆଇ ପହଞ୍ଚି ରେଡକ୍ରସ ଫଣ୍ଡ ରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ଦିଆଯାଇଛି। ଏବଂ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ପ୍ରତିଶୃତି ପାଇବାପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଯାଇଥିବା ସିନ୍ଧେକେଲା ଆଇଆଇସି ବସନ୍ତ କୁମାର ଦଲାଇ ଙ୍କ ଠାରୁ ସୁଚନା ମିଳିଛି।
Report : Anil ku tripathi
Edited by k.s thakur...



