ଶିକ୍ଷକ ହେମନ୍ତ ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା...

ଶିକ୍ଷକ ହେମନ୍ତ ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୨୭/୧୦ : ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲବାହିଲି ଆଞ୍ଚଳିକ କେନ୍ଦ୍ରର ଝରଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କର୍ମରତ ଶିକ୍ଷକ ହେମନ୍ତ କୁମାର ମେହେର ଚାକିରୀରୁ ଅବସର ଗ୍ରହଣ କରିଥିଲେ।ଏହି ଅବସରରେ ରାଉତମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା।

         Ad..


କ୍ଳଷ୍ଟର ସଂଯୋଜକ ଗୁରୁ ପ୍ରସାଦ ଛତ୍ରିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ମେହେର,ମୁଖ୍ୟ ବକ୍ତା ଶିକ୍ଷକ ପ୍ରତାପଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବରେ ଶୋଭାବନ ନାଏକ,ମଞ୍ଜୁଲତା ଧରୁଆ, ସପ୍ତମ କିଶୋର ବେହେରା,ମାନସ ଦାସ,ଘନଶ୍ୟାମ ମିଶ୍ର ଯୋଗ ଦେଇଥିଲେ।

          Ad..


ଶିକ୍ଷକ ଗଜିନ୍ଦ୍ର ହରିଜନ ସଭା ପରିଚାଳନା ଓ ଶିବାନନ୍ଦ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା।ସଭାରେ ଧନମତି ନାଏକ,ଗୀତାଞ୍ଜଳି ପ୍ରଧାନ,ସନ୍ଧ୍ୟାରାଣୀ ପ୍ରଧାନ,ସସ୍ମିତା ସୋରେନ,ଅର୍ଜୁନ ଧରୁଆ,ରାମଚନ୍ଦ୍ର ଗୁଇଁ,ପ୍ରମୋଦ ଦଳାଇ,ପୂର୍ଣ୍ଣଚନ୍ଦ୍ର ପନିକା,ଶୁଭ ଶଙ୍କର ଗିରି ସମେତ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ।




Edited by k.s thakur...



Post a Comment

Previous Post Next Post