ତିଳେଇମାଲ ଠାରେ ବହୁ ପ୍ରତିକ୍ଷିତ ଉଠା ଜଳସେଚନ ପ୍ରକଳ୍ପ କୁ ଲୋକାର୍ପଣ କଲେ ଅତିରିକ୍ତ ଜିଲ୍ଲାପାଳ...

ତିଳେଇମାଲ ଠାରେ ବହୁ ପ୍ରତିକ୍ଷିତ ଉଠା ଜଳସେଚନ ପ୍ରକଳ୍ପ କୁ ଲୋକାର୍ପଣ କଲେ ଅତିରିକ୍ତ ଜିଲ୍ଲାପାଳ...


ବରଗଡ଼,୨୭/୧୦ : ଘେଁସ ପଂଚାୟତ ର ତିଳେଇମାଲ ଠାରେ ବହୁ ପ୍ରତିକ୍ଷିତ ଉଠା ଜଳସେଚନ ପ୍ରକଳ୍ପ କୁ ଅତିରିକ୍ତ ଜିଲ୍ଲାପାଳ ଚବନ କୁନାଲ ମୋତିରାମ ଏବଂ ଉପ ଜିଲ୍ଲାପାଳ ସ୍ନେହା ଅରୁଗୁଲା ପଦ୍ମପୁର, ଉଠାଜଳସେଚନ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ ଙ୍କ ମିଳିତ ଭାବେ ଲୋକାର୍ପଣ କରିଛନ୍ତି। 

          Ad..


ପ୍ରକାଶ ଥାଉ କି ବହୁଦିନ ପୂର୍ବେ ଉକ୍ତ ସ୍ଥାନରେ ସରକାରଙ୍କ ତରଫରୁ ଏକ ଉଠାଜଳସେଚନ ପ୍ରକଳ୍ପ ଥିଲା।ବିଭିନ୍ନ କାରଣରୁ ପ୍ରକଳ୍ପ ଟି ନିଶ୍ଚଳ ହୋଇ ପଡିରହିଥିଲା ।ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ର ପ୍ରୟାସ କ୍ରମେ ୨୬ ଲକ୍ଷ ଟଙ୍କାରେ ମଞ୍ଜୁରୀ ହୋଇ ମଟର ଗୃହ, ନୂତନ ମୋଟର ସହ ପାଇପ ଲାଇନ ଏବଂ ପାଣିଟାଙ୍କି ନିର୍ମାଣ ହୋଇଅଛି, ଯେଉଁଥିରେ କି ୭0 ହେକ୍ଟର ଜମିରେ ଜଳସେଚିତ ହେବାର ସମ୍ଭାବନା ଅଛି। 

         Ad..


ପାଖରେ ଯଦି ଏକ ଚେକଡେମ କରାଯାଇ ଆଉ ୩୦୦ ମିଟର ପାଇପ ବୃଦ୍ଧି କରାଯାଏ ତାହେଲେ ଆହୁରି ୫୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରକଳ୍ପ ଉଦଘାଟନ ସମୟରେ ସମ୍ମାନୀତ ଅତିଥି ଭାବେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର, ଅଜିତ ଶତପଥି ଯୋଗଦେଇଥିଲେ। 

ଘେଁସ ପଂଚାୟତ ର ସରପଞ୍ଚ ଗୋକୁଳ ଚନ୍ଦ୍ର ଦାଶଙ୍କ ସମେତ ମାଧୋ ସିଂ କୃଷକ ସଂଗଠନ ର ସଦସ୍ୟ, ଗ୍ରାମର ଭଦ୍ରବ୍ୟକ୍ତି ଏବଂ ମିଶନ ଶକ୍ତିର ଭବାନୀ, ଶିବାନୀ, ଲକ୍ଷ୍ମୀ, ସମଲେଶ୍ୱରୀ, ବିନ୍ଧ୍ୟବାସିନୀ , ମାଧବ ଗ୍ରୁପର ମହିଳା ମାନେ ଉପସ୍ଥିତ ଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା। 

ମହିଳା ମାନଙ୍କ ଆପତ୍ତି ଓ ଅଭିଯୋଗ କ୍ରମେ ଗ୍ରାମର ଏକମାତ୍ର ପୁଷ୍କରିଣୀ ର ପୁନଃରୁଦ୍ଧାର ଏବଂ ପାଚେରୀ ନିର୍ମାଣ ପାଇଁ ଅତିଥି ମହୋଦୟ ମାନେ ପୋଖରୀ ପରିଦର୍ଶନ କରି ସରପଞ୍ଚଙ୍କୁ ଆବଶ୍ୟକିୟ କାଗଜ ପତ୍ର ପ୍ରସ୍ତୁତ କରିବା ପାଇଁ କହିଛନ୍ତି ଏବଂ ଶୀଘ୍ର କାମ କରିବା ପାଇଁ ମହିଳା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ଜିତେନ୍ଦ୍ରିୟ ସାହୁ, ମହେନ୍ଦ୍ର ନାଗ, ପିଙ୍କୁ ପଣ୍ଡା, ଗୌରୀଶଙ୍କର ସାହୁ, ସନ୍ତୋଷ ସାହୁ, ଡୋଲମଣି ଗହୀର, ରବି ଗରିଆ, ଈଶ୍ୱର ମଟାରୀ, ସଂଜୀବ ପଧାନ, ପ୍ରେମରାଜ ସାହୁ, ସୁବାସ ସାହୁ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post